ଜ଼ିଲ୍ଲା ର ୧୫ ଗୋଟି ପିକ୍‌ନିକ ସ୍ଥାନ ରେ ପ୍ଲାଷ୍ଟିକ୍ ବାରଣ

ଜ଼ିଲ୍ଲା ର ୧୫ ଗୋଟି ପିକ୍‌ନିକ ସ୍ଥାନ ରେ ପ୍ଲାଷ୍ଟିକ୍ ବାରଣ

ଜ଼ିଲ୍ଲା ର ୧୫ ଗୋଟି ପିକ୍‌ନିକ ସ୍ଥାନ ରେ ପ୍ଲାଷ୍ଟିକ୍ ବାରଣ

ରାୟଗଡ଼ା,୨୭୧୨(ଅମୁଲ୍ୟ ନିଶଙ୍କ ): ଦିନକୁ ଦିନ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ପ୍ଲାଷ୍ଟିକ୍ ବ୍ୟାପକ ବ୍ୟବହାର ହେଉଛି। ଏହାଦ୍ଵାରା ପରିବେଶ ଉପରେ ତାହାର କୁପ୍ରଭାବ ପଡୁଛି।ଏହାକୁ ଦୃଷ୍ଟିରେ ରଖୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପତ୍ର ସଂଖ୍ୟା ୨୨୬୬୯/IND-I-SWM-୧୯/୨୫-୨୬ ତା ୨୩. ୧୨. ୨୦୨୫ ରେ ସୂଚନା ଜରିକରିଛନ୍ତି l ବନ୍ୟ, ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜିଲ୍ଲାର ୧୫ଟି ପିକନିକ ସ୍ଥଳକୁ ପ୍ଲାଷ୍ଟିକ୍ ମୁକ୍ତ ପାଇଁ ବିଞ୍ଜପ୍ତି ଜାରି ହୋଇଛି। ସେଥୁରେ ରହିଛି ଜିଲ୍ଲାର ଅଧୂଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର, ହାଲୁଆ, ବୈରାଗି ହାଲୁଆ ଜଳପ୍ରପାତ, ତଳଗୁମ୍ମା, ସାଙ୍କେଶ ମନ୍ଦିର, ଦୁର୍ଗାପାଡୁ ଜଳପ୍ରପାତ, ମୀନାଝୋଲା ଶିବ ମନ୍ଦିର, ଚାଟିକଣା ଶିବ ମନ୍ଦିର, ପ୍ରଶିଦ୍ଧ ଶୈବ ପିଠ ଦେବଗିରି, ଗଦଗଦା ଜଳପ୍ରପାତ, କୂଳବନ୍ଧ ମନ୍ଦିର, ତୟାଙ୍ଗିରି ଜଳପ୍ରପାତ, କେନ୍ଦୁଗୁଡ଼ା ଡ୍ୟାମ, ଚେରକୋଟା ଜଳପ୍ରପାତ ଓ ଆଲି ଗୁଣା ଜଳପ୍ରପାତ ପ୍ରମୁଖ। ବିଭାଗ ପକ୍ଷରୁ ରାଜ୍ୟରେ ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍କଟ୍ ଚ୍ୟାଲେଞ-୨୦୨୫ ନାମକ ଅଭିଯାନ ଆରମ୍ଭ ହୋଇଛି।

ଏହା ମାଧ୍ୟମରେ ସ୍ଥାନୀୟ ସଂୟସେବକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସଂୟସହାୟକ ଗୋଷ୍ଠୀ, ଇକୋ କ୍ଲବ୍, ସ୍ଥାନୀୟ ନିର୍ବାଚିତ ପ୍ରତିନିଧ୍ ଓ ପଞ୍ଚାୟତ ଦ୍ୱାରା ସେହି ଅଞ୍ଚଳରେ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସଚେତନତା ସୃଷ୍ଟି ହେବ ବୋଲି ବିଭାଗ ତରଫରୁ କୁହାଯାଇଛି।ରାୟଗଡ ଜ଼ିଲ୍ଲା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ