ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ୪୦ ବର୍ଷର ଟିକାବାଲି ସାଲୁଙ୍କୀ ନଦୀରେ ନୂତନ ପୋଲ ନିର୍ମାଣ କେବେ….
କନ୍ଧମାଳ:- ୧୩/୦୧/ (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ସାଲୁଙ୍କୀ ନଦୀ ଉପରେ ହୋଇଥିବା ପୋଲ ଦିର୍ଘ ୪୦ ବର୍ଷରୁ ଉର୍ଦ୍ଧ ହେବ, ପୁରୁଣା ପୋଲ ଉପରେ ବଡ଼ ବଡ଼ ଓଜନିଆ ଟ୍ରକ,ହାଇୱା ଯାନ ଯାତାୟାତ ରେ ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏହି ପୋଲ ଉପରେ ଦୈନନ୍ଦିନ ହଜାର ହଜାର ବଡ଼ ବଡ଼ ଯାନ ବାହାନ ପାବୁରୀଆ, ସାରଙ୍ଗଗଡ଼, ରାଇକିଆ, ଦାରିଙ୍ଗବାଡି, ବାଲିଗୁଡ଼ା, ଏବଂ କଇଁଝର , କଟିମାହା , ବଡ଼ିମୁଣ୍ଡା ,ଗାର୍ଡିଙ୍ଗିଆ , ବୁର୍ବୀନାଜୁ , ପାଡାଙ୍ଗି , ଗୁଟିଙ୍ଗିଆ, ଏଭଳି ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯିବାପାଇଁ ହେଲେ ଏହି ପୋଲ ଉପରେ ଯିବାକୁ ପଡିଥାଏ ।
ଦୀର୍ଘ ବର୍ଷ ରୁ ପୋଲଟି ଅଣ ଓସାରିଆ ହୋଇଥିବାରୁ ଦୁଇଟି ଗାଡି ଜିବା ଆସିବା ଅସମ୍ଭବ ହେଉଅଛି। ପୋଲଟିର ଏଭଳି ପରିସ୍ଥିତି ହେଲାଣି ଯେ କେବେ ଭୂସୁଢି ଯିବ ତାହାକହି ହେବନାହିଁ। ଏହି ପୋଲ ଉପରେ ଟିକାବାଲି ବ୍ଲକ୍ ର ଆଠଟି ପଞ୍ଚାୟତର ଜନସାଧାରଣ ଏବଂ ନେତା ମନ୍ତ୍ରୀ, ପ୍ରଶାସନ ବିଭାଗ ଅଧିକାରୀ, ବଡ଼ିମୁଣ୍ଡା ପାଖରେ ଥିବା କ୍ରୋଶର ମାଲିକ, କୁଜିନେତା ଦୈନନ୍ଦିନ ଟିକାବାଲି କୁ ଏହି ପୋଲ ଦେଇ ଯିବା ଆସିବା କରିଥାନ୍ତି । ଏହି ପୋଲଟି ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଖବର ବାରମ୍ବାର ପ୍ରସାରଣ କରିଥିଲେ ସୁଦ୍ଧା ପ୍ରଶାସନ ଏହି ପୋଲ ଉପରେ ନଜର ଦେଉ ନାହାନ୍ତି l ପୋଲଟି ନିର୍ମାଣ ହେବା ପରଠାରୁ ପ୍ରଶାସନ ଦୂର ଦୃଷ୍ଟି ଦେଇନାହିଁ, ଭାରି ଯାନ ଯାତାୟାତ ରେ ପୋଲଟି ତଳକୁ ତଳକୁ ଦବି ଗଲାଣି। କିଛିଦିନ ତଳେ କଳିଙ୍ଗିଆ ଘାଟିରେ ଯେଉଁଭଳି ଭୂସ୍ଖଳନ ହେଲା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା
ସେହି ପରି ଏହି ପୋଲଟି ଝଡ଼ ବର୍ଷା ସମୟ ରେ କେତେବେଳେ ଭୂସୁଢି ଯିବ ତାହା ହେଲେ ଆଠଟି ପଞ୍ଚାୟତର ଜନସାଧାରଣ, କଲେଜ ଛାତ୍ର ଛାତ୍ରୀ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇ ଯିବାର ସମ୍ଭାବନା ରହିଛି। ହେଲେ ଚବିଶି ବର୍ଷ ସରକାର ଥିବାବେଳେ ଏହି ପୋଲ ଦେଇ ବିଭିନ୍ନ ବିଧାୟକ,ନେତା ମନ୍ତ୍ରୀ ଯାଉଥିଲେ କିନ୍ତୁ କାହାରି ନଜର ପଡ଼ିନାହିଁ। ଟିକାବାଲି ଅଞ୍ଚଳବାସି ଦାବି କରିଛନ୍ତି ଯେ ନୂତନ ସରକାର ଆସିଅଛି ତେଣୁ ବର୍ତମାନ ଏହି ପୋଲଟି ନିର୍ମାଣ ହେବବୋଲି ଅଞ୍ଚଳବାସୀ ଆସା ବିଶ୍ୱାସ ଭରଷା ରଖିଛନ୍ତି ।
