ଜଙ୍ଗଲ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ପାରଳା ଡ଼ିଏଫଓ ମୋହନା ରେଞ୍ଜ ପରିଦର୍ଶନ କଲେ ।

ଜଙ୍ଗଲ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ପାରଳା ଡ଼ିଏଫଓ ମୋହନା ରେଞ୍ଜ ପରିଦର୍ଶନ କଲେ ।

ଜଙ୍ଗଲ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ପାରଳା ଡ଼ିଏଫଓ ମୋହନା ରେଞ୍ଜ ପରିଦର୍ଶନ କଲେ ।

ଗଜପତି (ମନୋଜ ପାଢ଼ୀ):ପାରଳାଖେମୁଣ୍ଡି ଡ଼ିଏଫଓ କେ.ନାଗାରାଜୁ ଜଙ୍ଗଲ ସମ୍ପଦ ଓ ପରିବେଶର ସୁରକ୍ଷା ଉପରେ ସମୀକ୍ଷା ପାଇଁ ମୋହନା ରେଞ୍ଜର ବିଭିନ୍ନ ବନାଞ୍ଚଳ ପରିଦର୍ଶନ କରିଛନ୍ତିI ମୁଖ୍ୟତଃ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବନାଞ୍ଚଳରେ ଅଗ୍ନିକୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ସବୁର ପ୍ରସ୍ତୁତି ଏବଂ ନର୍ସରୀର ପ୍ରଗତି ବିଷୟରେ ଡ଼ିଏଫଓ ଶ୍ରୀ ନାଗାରାଜୁ ସମୀକ୍ଷା କରିଥିଲେ I କ୍ଷେତ୍ର କର୍ମଚାରୀଙ୍କ ସହିତ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ କରିଥିଲେ. ପରେ ପାଣିଗଣ୍ଡା ସେକ୍ସନ ଅଧୀନରେ ଖଜୁରିପଡ଼ା ଅସ୍ଥାୟୀ ନର୍ସରୀ ପରିଦର୍ଶନ କରିଥିଲେ। ଏହି ନର୍ସରୀ କାର୍ଯ୍ୟର ପ୍ରଗତି ସମୀକ୍ଷା କରିଥିଲେ। ଏହାପରେ ସେ ପାଣିଗଣ୍ଡା ସେକ୍ସନରେ ଅଗ୍ନି ସଂଯୋଗ କାର୍ଯ୍ୟର ସ୍ଥିତି ଏବଂ ପ୍ରଭାବଶାଳୀତା ମୂଲ୍ୟାଙ୍କନ କରିବା ପାଇଁ ଯାଞ୍ଚ କରିଥିଲେ | କ୍ଷେତ୍ର କର୍ମଚାରୀଙ୍କ ସହିତ ଗତବର୍ଷ ଏବଂ ଚଳିତ ବର୍ଷର ଅଗ୍ନିସଂଯୋଗ କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ I ସେ ପାଣିଗଣ୍ଡା ବନାଞ୍ଚଳରେ ଅଗ୍ନି ସଂଯୋଗକୁ ଚିହ୍ନଟ କରିଥିଲେ । ପରେ କ୍ଷେତ୍ର କର୍ମଚାରୀ ଏବଂ ଅଗ୍ନିଶମ ସ୍ଟ୍ରାଡ୍ ସହିତ ଆଲୋଚନା କରିଥିଲେ | ଗଜପତି ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ପାଇଁ ଅଗ୍ନି ନିବାରଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା, ସମୟୋଚିତ ପଦକ୍ଷେପ, ସାମୁଦାୟିକ ସମ୍ପୃକ୍ତି ଏବଂ ଉପଯୁକ୍ତ ସମନ୍ଵୟ ଉପରେ ଗୁରୁତ୍ବାରୋପ କରିଥିଲେ। ବନଖଣ୍ଡ ଅଧୂକାରୀଙ୍କ ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।