ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାର ବାର୍ଷିକ ଉତ୍ସବ

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାର ବାର୍ଷିକ ଉତ୍ସବ

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାର ବାର୍ଷିକ ଉତ୍ସବ ——————————————— ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରା ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ଯଙ୍ଗ କବି ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ମୁଖ୍ଯ ଅତିଥି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରଫେସର ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ବାଳଗୋବିନ୍ଦ ବାବୁ, ସମିତି ସଭ୍ଯା ଶ୍ରୀମତୀ ମଞ୍ଜୁଳତା ବଢ଼େଇ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମକରଧ୍ବଜ ଭୋଇ, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କଷ୍ଠ ସାହୁ ମଞ୍ଚାସୀନ ଥିଲେ।

ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଏହି ଭବ୍ଯ ସମାରୋହରେ ବିଭିନ୍ନ ବିଭାଗରେ ପାରଦର୍ଶିତାରେ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଗଲା। ଦଶମ ଶ୍ରେଣୀର ଛାତ୍ର କାଶୀନାଥ ମହାପାତ୍ର ବାଳକ ବିଭାଗରେ ଏବଂ ବାଳିକା ବିଭାଗରେ ନବମ ଶ୍ରେଣୀର ଛାତ୍ରୀ ଝରଣା ନାଏକ ଚମ୍ପିଆନ୍ ହୋଇଥିଲେ। ସଭା କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୁଏ, ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ଶ୍ରୀଯୁକ୍ତ ରୋହିତ କୁମାର ଭୋଇ,ପ୍ରତାପ କୁମାର ରଣା ସକ୍ରିୟ ସାହାଯ୍ଯ କରିଥିଲେ। ଶିକ୍ଷୟିତ୍ରୀ ମୈଥିଲି ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତି ଶୃଙ୍ଖଳାରେ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ସାହାଯ୍ଯ କରିଥିଲେ।