ଜଗନ୍ନାଥପୁର ପ୍ରିମିୟର ଲିଗ ସିଜନ-3 କ୍ରିକେଟ ଉଦଯାପିତ

ଜଗନ୍ନାଥପୁର ପ୍ରିମିୟର ଲିଗ ସିଜନ-3 କ୍ରିକେଟ ଉଦଯାପିତ

ଜଗନ୍ନାଥପୁର ପ୍ରିମିୟର ଲିଗ ସିଜନ, 3 କ୍ରିକେଟ ଉଦଯାପିତ

ରାୟଗଡ (ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ର ଜଗନ୍ନାଥ ପୁର ଗ୍ରାମ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ଜେ ପି ଏଲ ଲିଗ୍ ସିଜନ-3 କ୍ରିକେଟ୍ ଟୁର୍ଣମେଣ୍ଟ ଫାଇନାଲ୍‌ରେ ପାୱାର ହିଟରସ ହାଁଗ୍ରୀ ଚିଥା କୁ ପରାସ୍ତ କରି ବିଜୟ ହୋଇଛି l ସୂଚନା ଯୋଗ୍ୟଜେ ଏହି ଟୁର୍ନାମେଣ୍ଟ ଟି ଗତ 12.01.ଠାରୁ ପାୱାର ହିଟର, ଅଭ୍ୟାସ, ହାଁଗ୍ରୀ ଚିଥା ଓ ସି ଡମିନାଶ ଓ ସାଇଲେଣ୍ଟ ଷ୍ଟ୍ରାଇକସ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିବା ଟୁର୍ନାମେଣ୍ଟ ଆଜି 20.01 ରେ ଫାଇନେଲ ଖେଳ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି l ଫାଇନାଲ ପୁରଷ୍କାର ବିତରଣ ଉତ୍ସବରେରାୟଗଡ଼ା ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତତା ୱାଲା ଭେଙ୍କେଟେଶ୍ଵର ରାଓ (କାଣ୍ଡାବାବୁ) ମୂଖ୍ୟ ଅତିଥ୍ ଭାବେ ଯୋଗ ଦେଇ ବିଜୟୀ ଦଳ ପାୱାର ହିଟରସ କୁ କୁ ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଛନ୍ତି।

ସେହିପରି ପରାଜୟ ଦଳକୁ ହାଙ୍ଗର ଚିଥା କୁ ନଗଦରାଶି ସହ ଟ୍ରଫି ପ୍ରଦାନ କରାଯାଇଛି। ଏ ଅବସରରେ ସମ୍ମାନିତ ଅତିଥି ରାୟଗଡ ବିଜେପି ୟୁବ ନେତା କୋଣ୍ଡା ବାତୁଲୁ ଶ୍ରୀନିବାସ ବିଶିଷ୍ଠ ଆଇନଜୀବୀ ବିରଜା ପାତ୍ର, ସମାଜ ସେବି କେ ସି ପଟ୍ଟନାୟକ, ଗୋପଳ ଖରା, ହସମୁଖ ହାସୁ ଭାଇ, ଚକ୍ର ଧର ବିଡ଼ିକା ଓ ଵିଜେପି ର ନ୍ୟାସନଲ କାଉଣସିଲ ମେମ୍ବର ୱାଇ ଗଣପତି ରାଓ ଯୋଗ ଦେଇବା ସହିତ ଜଗନ୍ନାଥ ପୁର ପଂଚାୟତ ସରପଞ୍ଚ ପୋଲାକା ଚନ୍ଦ୍ର କଲା ଓ ପୂର୍ବତନ ସରପଞ୍ଚ ନାଗେଶ୍ୱର ରାଓ ମଞ୍ଚା ଶିନ ରହିଥିଲେ l ମୁଖ୍ୟ ଅତିଥି କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଜେ ଜେଉଁଭଳି ବୋଲି ଭାବରେ ମୋତେ ସମ୍ବର୍ଦ୍ଧିତ କରିଥିବାରୁ ନିଜକୁ ଗର୍ବିତ ଭାଗ୍ୟବାନ ମନେ କରିବା ଆୟାଜନ ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।

ସେମାନଙ୍କ ଭଲ ପାଇବା ଓ ସହଯୋଗ ହିଁ ମୋର ବଡ଼ ପୁଞ୍ଜି।ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମର ଭାଇଚାରା ସମ୍ପର୍କକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ।କ୍ରିକେଟ କ୍ରୀଡ଼ାବିତମାନଙ୍କ ପାଇଁ ଏଭଳି ଆୟୋଜନ ଏକ ପ୍ରେରଣା। କ୍ରିକେଟ କ୍ରୀଡ଼ା ମନୋଭାବକୁ ଆହୁରି ଦୃଢ କରିବା ସହ ଜାତୀୟସ୍ତରରେ ଏହି କ୍ରୀଡ଼ାର ପ୍ରସାର ଦିଗରେ ଏଭଳି ଆୟୋଜନ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର କ୍ରୀଡ଼ା ମାନଚିତ୍ରରେ ଜଗନ୍ନାଥପୁର କ୍ରିକେଟ କ୍ରୀଡ଼ାବିତମାନଙ୍କର ଭୂମିକା ମହତ୍ଵପୂର୍ଣ୍ଣ ଏବଂ ଭବିଷ୍ୟତ ଉଜ୍ଜ୍ୱଳ। ଆଗାମୀ ଦିନରେ କ୍ରୀଡ଼ା ସହ ବିଭିନ୍ନ କ୍ଷେତ୍ରରେ ଜଗନ୍ନାଥପୁର ଭାଇ ମାନେ ଆହୁରି ଭଲ ଆୟୋଜନ କରିବେ ବୋଲି ମୋର ବୋଲି କହିଥିଲେ l ଏହି ଟୁର୍ନାମେଣ୍ଟ କୁ ଆୟୋଜନ ରେ ରାଜୁ ତରୁଣ, ବିନୋଦ ଅଶୋକ ସୁମନ ସହଯୋଗ କରି ଟୁର୍ନାମେଣ୍ଟ କୁ ସଫଳ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ