ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଆଲୋଚନା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଆଲୋଚନା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଆଲୋଚନା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଗଜପତି,୨୩.୨(ମନୋଜ ପାଢ଼ୀ) -: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ତିଳିଗାଁ ପୁରୁଣା ହାଟପଦା ଠାରେ ଆଜି ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଆଲୋଚନା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ତିରିଶି ବର୍ଷ ହେବ ଏହି ଛେଳି ଗଡ଼ ପ୍ରକଳ୍ପ କାର୍ଯ୍ୟ ସରିବାର ନା ନେଉ ନଥିବା ବେଳେ କିଛି ବିସ୍ଥାପିତଙ୍କ ଥଇଥାନ ଆଜି ଯାଏଁ ହୋଇ ପାରି ନଥିବା ଅଭିଯୋଗ ରହିଛି। ନୂତନ ଜିଲ୍ଲାପାଳ ବିସ୍ଥାପିତଙ୍କ ଅଭିଯୋଗର ଦ୍ୱିତୀୟ ଦିନରେ ବିସ୍ଥାପିତଙ୍କ ଗ୍ରାମରେ ପହଞ୍ଚି ସମସ୍ତ ବିଷୟର ତଦାରଖ କରିଥିଲେ। ଏହା ପରେ ବିସ୍ଥାପିତଙ୍କ ଘର ଢିଅ ସମସ୍ୟା ର ସମାଧାନ ହୋଇ ନଥିଲେ ହେଁ ଜଙ୍ଗଲ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ରହିଛି। ଅନ୍ୟ ପଟେ ଉକ୍ତ ବିସ୍ଥାପିତ ଗ୍ରାମବାସୀ ମାନେ ନିଜର ପନ୍ଦର ଦଫା ଦାବିକୁ ନେଇ ଆଲୋଚନା କରିଥିବା ବେଳେ ଯଦି ଦାବି ପୂରଣ ନହୁଏ ତାହା ହେଲେ ଆନ୍ଦୋଳନ ଜାରି ରଖିବାକୁ ଏହି ପ୍ରସ୍ତୁତି ବୈଠକ କରିଥିବା ଜାଣିବାକୁ ମିଳିଛି। ଏହି ଅବସରରେ ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ର ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ରମାକାନ୍ତ ପ୍ରଧାନ, ଉପ ସଭାପତି ସୁରେନ୍ଦ୍ର ନାୟକ,ସହ ସମ୍ପାଦକ କୁରେଶ ବଡ଼ର‌ଇତ, କୋଷାଧ୍ୟକ୍ଷ ନରତ୍ବବ ର‌ଇତ,ଉପଦେଷ୍ଟା ରବିନ୍ଦ୍ର ନାୟକ, ସରୋଜ ବଡ଼ ର‌ଇତଙ୍କ ସହ ଅନ୍ୟ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ,ଯଦିଓ କିଛି ହୋଇନାହିଁ ଆମ୍ ଦାବି ତୁରନ୍ତ ରାଜ୍ ରାସ୍ତାକୁ ଓହ୍ଲାଇ ବ ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ଚେତାବନୀ ଦେଇଛନ୍ତି।