ଛାତ୍ର ର ଝୁଲନ୍ତା ଶବ ଉଦ୍ଧାର।

ଛାତ୍ର ର ଝୁଲନ୍ତା ଶବ ଉଦ୍ଧାର।

ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଶୁଭ୍ରାଂଶୁ ମହାରଣା ନାମକ ଜଣେ ଛାତ୍ର ନିଜ ମାର ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରକାଶିତ ଖବର ରୁ ପ୍ରକାଶ ଯେ ନରେନ୍ଦ୍ର ମହାରଣା ଙ୍କ ପୁଅ ଶୁଭ୍ରାଂଶୁ ଗତ ବୁଧବାର ରାତିରେ ମୋବାଇଲ ଫୋନ ଦେଖୁଥିଲା ଓ ବାପା ଓ ମା ହୋଇପଡ଼ିଥିଲେ। ସକାଳୁ ପରିବାର ଲୋକେ ତାକୁ ଲୁଗା ବେକରେ ବାନ୍ଧି ଝୁଲୁଥିବା ଅବସ୍ଥାରେ ଦେଖି ଟାଉନ ଥାନା କୁ ଖବର ଜଣାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୦/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ତଥାପି ଶୁଭ୍ରାଂଶୁ କୋୖଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଏହି ଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,