ଛତିଝାର ଛକ ରେ ହୋମ୍ସ ପ୍ରତି ଦୃଷ୍ଟି ନ ଥିବାରୁ ଦୁର୍ଘଟଣା ଗ୍ରସ୍ତ

ଛତିଝାର ଛକ ରେ ହୋମ୍ସ ପ୍ରତି ଦୃଷ୍ଟି ନ ଥିବାରୁ ଦୁର୍ଘଟଣା ଗ୍ରସ୍ତ

ଛତିଝାର ଛକ ରେ ହୋମ୍ସ ପ୍ରତି ଦୃଷ୍ଟି ନ ଥିବାରୁ ଦୁର୍ଘଟଣା ଗ୍ରସ୍ତ

କନ୍ଧମାଳ: -୨୯/୧୨/ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଓ ଟିପାରିଗାଁ (ଛଟି ) ଛକରେ ଏକ ସ୍କୁଟି ଆରୋହୀ ଙ୍କ ଦୁର୍ଘଟଣା ଘଟିଛି l ସୂଚନା ପ୍ରକାରେ ଫୁଲବାଣୀ ପଟରୁ ଦୁଇଜଣ ମହିଳା ଟିକାବାଲି ଆଡ଼କୁ ଏକ ସ୍କୁଟି ରେ ଆସୁଥିଲେ ସ୍କୁଟି ଚଳାଉଥିବା ମହିଳା ଜଣକ ହେଲମେଟ ସମେତ ଚଷମା ପିନ୍ଧିଥିଲେ ଉକ୍ତ ଛକରେ ଥିବା ହୋମ୍ସ ଉପରେ ତାଙ୍କର ନଜର ନ ଥିବା ହେତୁ ହୋମ୍ସ ରେ ଦୁହେଁ ପଡିଯାଇଥିଲେ ଏବଂବିନୋଦିନୀ ଦାସ ଙ୍କୁ ଗଭୀର ଆଗତ ଲାଗିଥିଲେ ଉକ୍ତ ଦୁଇ ମହିଳାଙ୍କୁ ଉଧାର ପାଇଁ ଆମ୍ବୁଲାନ୍ସ ର ସାହାଯ୍ୟ ପାଇଁ ଯୋଗାଯୋଗ କରିଥିଲେ ସୁଦ୍ଧା ସୁଫଳ କିଛି ମିଳି ନ ଥିଲା ଶେଷରେ ଉପାୟ କିଛି ନ ପାଇ ବଜରଙ୍ଗୀ ଟ୍ରାକ୍ଟର ମାଲିକ ସଂଘର ସମ୍ପାଦକ ଶ୍ରୀ ଯୁକ୍ତ ଅନନ୍ତ ନାୟକ, କାର୍ତିକ ନାୟକ,ଓ ନିଜ ମଟର ସାଇକେଲ ରେ ଟିକାବାଲି ସ୍ୱସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ ଏବଂ ଚିକିତ୍ସା କରାଇବାରେ ସାହାଯ୍ୟ କରିଥିଲେ ଏ ପରି ତୁରନ୍ତ ସେବା ଯୋଗାଇଥିବା ଟ୍ରାକ୍ଟର ମାଲିକ ସଂଘ ର କର୍ମୀ ଙ୍କୁ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିଥିବା ଦେଖିବାକୁ ମିଳିଛିl