ଚୋରା ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ୧ ନମ୍ବର ବିହୀନ ଜେସିବି ଜବତ, ତଦନ୍ତ ଜାରି
ଗଜପତି,୮.୪(ମନୋଜ ପାଢ଼ୀ)-: କାଶୀନଗର ସ୍ମଶାନ ଘାଟ ନିକଟରୁ ବଂଶଧାରା ନଦୀରୁ ବିଳମ୍ବିତ ରାତ୍ରି ସମୟରେ ଚୋରାରେ ବାଲି ଚାଲାଣ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡାଙ୍କ ନେତୃତ୍ଵ ରେ ଚଢାଉ କରି ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ କୁ ଜବତ କରାଯାଇଥିବା ବେଳେ ପୋଲିସକୁ ହସ୍ତାନ୍ତର କରାଯାଇଛି । ୪ ଲକ୍ଷ ଟଙ୍କାର ଜରିମାନା ସହ ନମ୍ବର ବିହୀନ ଜେସିବି ହୋଇଥିବାରୁ ତଦନ୍ତ ପାଇଁ ପୋଲିସ କୁ ଅବଗତ କରାଯାଇଥିବା ଜଣାପଡିଛି । ସେହିଭଳି ସକାଳୁ ସକାଳୁ ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ନିକଟରୁ ବେଆଇନ ବଳି ଚାଲାଣ ଅଭିଯୋଗରେ ଗୋଟିଏ ଟ୍ରାକ୍ଟରକୁ ଖଣି ବିଭାଗ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରହିଥିବା ଖଣି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।
