ଚୋରାବାଲି ବଝୋଇ ଟିପ୍ପରରୁ ଚାରିଲକ୍ଷ ଟଙ୍କା ଜରିମାନା ଆଦାୟ ।

ଚୋରାବାଲି ବଝୋଇ ଟିପ୍ପରରୁ ଚାରିଲକ୍ଷ ଟଙ୍କା ଜରିମାନା ଆଦାୟ ।

ଚୋରାବାଲି ବଝୋଇ ଟିପ୍ପରରୁ ଚାରିଲକ୍ଷ ଟଙ୍କା ଜରିମାନା ଆଦାୟ ।

ଗଜପତି,(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଖଣି ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଅଞ୍ଚଳରେ ଏକ ଚୋରା ବାଲି ଚାଲାଣ ବଝୋଇ ଟିପ୍ପରକୁ ଧରି ଜବତ କରାଯାଇଥିଲା । ଆଜି ସକାଳ ସମୟରେ ଏପି ୩୯ ୟୁକ୍ୟୁ ୫୨୯୬ ନମ୍ବର ବିଶିଷ୍ଟ ଟିପ୍ପରେ ଯୋଗେ ବାଲି ଚୋରାଚାଲାଣ କରାଯାଉଥିବା ଖବର ପାଇଥିଲା ବିଭାଗ । ତୁରନ୍ତ ଖଣି ବିଭାଗ ଅଧିକାରୀ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଟିପ୍ପରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟେର ବାଲି ଚାଲାଣ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ଦେଖାଇପାରିନଥିଲା ଟିପ୍ପର ଚାଳକ । ଏହାପରେ ଟିପ୍ପରଟିକୁ ଅଟକ ରଖାଯାଇ ୪ ଲକ୍ଷ ଟଙ୍କା ଜରିମାନା ଭରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରେ ଟିପ୍ପର ମାଲିକ ଜଣକ ଠାରୁ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବା ପରେ ଅଟକ ରଖାଯାଇଥିବା ଟିପ୍ପରକୁ ଛାଡିଦେଇଥିବାର ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡା ସୂଚନା ଦେଇଛନ୍ତି ।