ଚିକିତ୍ସା ଅବହେଳା ଅଭିଯୋଗ ୭ ଦିନ ପରେ ଆଖ୍ ବୁଜିଲେ ପ୍ରସୂତି; ଆଇସିୟୁରେ ନବଜାତକ ।
ଗଜପତି,୬.୩(ମନୋଜ ପାଢ଼ୀ)- : ଚିକିତ୍ସା ଅବହେଳାରୁ ଗୁରୁତର ଜଣେ ପ୍ରସୂତି ମହିଳାଙ୍କ ଆନ୍ଧ୍ର ବିଶାଖାପାଟଣାରେ ଚିକିତ୍ସାଧନ ଅବସ୍ଥାରେ ୭ ଦିନ ପରେ ମୃତ୍ୟୁ ଘଟିଛି। ତେବେ ନବଜାତ ଶିଶୁପୁତ୍ର ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏବେବି ଆଇସିୟୁରେ ଚିକିତ୍ସାଧୂନ ଅଛନ୍ତି। ପ୍ରକାଶ ଯେ, ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟ ଅନ୍ତର୍ଗତ କେକେସିଂ ଗ୍ରାମର ସୁମେନ୍ଦ୍ର ପରିଚ୍ଛାଙ୍କ ସ୍ତ୍ରୀ ଅମ୍ରିତା ଗତ ୨୮ ତାରିଖ ଭୋର୍ରେ ପ୍ରସବ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କୁ କେହି ଡାକ୍ତର ଚିକିତ୍ସା କରିନଥ୍ବା ଏବଂ ଭୋର୍ ୩ଟାରୁ ସକାଳ ୮.୩୦ ସମୟ ପର୍ଯ୍ୟନ୍ତ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ଦେଖା ମିଳିନଥିବା ଏବଂ ଆମ୍ବୁଲାନ୍ସ ସଠି ସମୟରେ ପହଞ୍ଚି ନଥୁବାରୁ ଗୁରୁତର ହୋଇପଡିଥିଲେ। ଦୀର୍ଘ ଘଣ୍ଟା ପରେ ଆମ୍ବୁଲାନ୍ସ ପହଞ୍ଚି ବ୍ରହ୍ମପୁର ନେଉଥିବା ବାଟରେ ପ୍ରସୂତୀ ମହିଳା ଜଣକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧାବାଟରୁ ହିଁ ଶ୍ରୀକାକୁଲମ ନିଆଯାଇଥିଲା। ସେଠାରେ ଏକ ଘରୋଇ ହସ୍ପିଟାଲରେ କୋମା ଅବସ୍ଥାରେ ରହିଥିଲେ ମଧ୍ୟ ସେଠାକାର ଡାକ୍ତରଙ୍କ ଉଦ୍ୟମ ଯୋଗୁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ | ନବଜାତକ ଓ ମା’ ଉଭୟେ ଗୁରୁତର ହୋଇପଡ଼ିଥିଲେ। ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଅମ୍ରିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଶ୍ରୀକାକୁଲମରୁ ବିଶାଖାପାଟଣା ନିଆଯାଇଥିଲା |
ସେଠାରେ ଗତ କାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ନବଜାତ ଶିଶୁ ମଧ୍ଯ ସଂକଟାପନ୍ନ ଅବସ୍ଥାରେ ଶ୍ରୀକାକୁଲମରେ ଚିକିତ୍ସିତ ହେଉଛି | ଯାହାକୁ ନେଇ ମୃତ ଅମ୍ବିତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେପରୁଆ ତଥା ଖାମଖୁଆଲି ରୋଗୀ ସେବା ଯୋଗୁଁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି।
