ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ଚାଲାଣ ପାଇଁ ରଖାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ, ଚଢ଼ାଉ କରି ୨ଜଣଙ୍କୁ ବାନ୍ଧିଲା ଅଡବା ପୋଲିସ

ଆର,ଉଦୟଗିରି,୧୯ା୪(ମନୋଜ କୁମାର ପାଢୀ)- ଗଜପତି ଜିଲା ଅଡବା ଥାନା ପୋଲିସ ଚାଲାଣ ପୂର୍ବରୁ ଚଢାଉ କରି ପ୍ରାୟ କୋଟିଏ ଟଙ୍କା (୧୦ କୁଇଣ୍ଟାଲରୁ ଊଦ୍ଧର୍‌ବ)ର ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାମସିଂ ଗାଁର ଅସିମ ମାଝୀ ଓ ଅନନ୍ତ ମାଝୀ। ଅଡବା ଥାନା ଅନ୍ତର୍ଗତ ଗରଡମା ପଞ୍ଚାୟତ ରାମସିଂ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଖବର ପାଇ ଅଡବା ଓ ମୋହନା ପୋଲିସ ଟିମ ମିଳିତ ଚଢାଉ କରିଥିଲେ। ଚଢ଼ାଉ ବେଳେ ୪୦ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ପରିମାଣ ୧୦ କୁଇଣ୍ଟାଲ ୫୦ କିଲୋ। ଏହାର ବଜାର ମୂଲ୍ୟ ଏକ କୋଟି ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଗଜପତି ଏସ୍‌ପି କହିଛନ୍ତି। ଏନେଇ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।