ଚାନ୍ଦିପୁଟରୁ ହାଇଦ୍ରାବାଦ ଗୋରୁ ଚାଲାଣ ଜବତ ।

ଚାନ୍ଦିପୁଟରୁ ହାଇଦ୍ରାବାଦ ଗୋରୁ ଚାଲାଣ ଜବତ ।

ଚାନ୍ଦିପୁଟରୁ ହାଇଦ୍ରାବାଦ ଗୋରୁ ଚାଲାଣ ଜବତ । ଗଜପତି -ମନୋଜ ପାଢୀ)- ଗଜପତି ଜିଲ୍ଲା ମୋହନା ରବିବାର ଚାନ୍ଦିପୁଟରୁ ଆସୁଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଆର,ଉଦୟଗିରି ପୁଲିସ ସବ୍ ଇନସପେକ୍ଟର ଓ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏହି ଟ୍ରକ ପୁଲିସ ଦେଖିଥିଲେ । ଗାଡିକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରେ ୫୬ଟି ଗାଈଗୋରୁ ଥିଲା । ସେହି ଗାଇଗୁଡିକୁ ହାଇଦ୍ରାବାଦ ଚାଲାଣ ହେଉଥିବା ଜଣାପଡିଥିଲା । ଆବଶ୍ୟକ କାଗଜପତ୍ର ପୁଲିସ ଯାଞ୍ଚ ସମୟରେ ଦେଖାଇ ପାରିନଥିଲେ । ସେହି ଟ୍ରକ ତେଲେଙ୍ଗାନା (ଟିଜି୦୮ ୟୁ ୦୭୪୨) କୁ ଜବତ କରାଯାଇଥିଲା । ଗାଇଗୋରୁ ଗୁଡିକୁ ଡେଙ୍ଗାଓସ୍ତା ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଥିବା ବେଳେ ସ୍ଥାନୀୟ ପୁଲିସ ଏନେଇ କେସ୍ ନଂ ୧୬୩/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ଏହି କେସକୁ ସବ୍ ଇନସପେକ୍ଟର ସ୍ବପ୍ନାରାଣୀ ବେହେରା ତଦନ୍ତ ଭାର ଗ୍ରହଣ କରିଛନ୍ତି । ଚାଲାଣକାରୀଙ୍କ ବିରୋଧରେ ପଶୁ ନିଷ୍ଠୁରତା ଆଇନ ଲାଗିଛି । ସେମାନଙ୍କୁ ଅଟକ ରଖି ପଚାରାଉଚୁରା ପରେ ନୋଟି ଦେଇ ଛାଡିଦେଇଥିବା ସବ୍ ଇନସପେକ୍ଟର ସ୍ବପ୍ନାରାଣୀ ବେହାର ଆମ ପ୍ରତିନୀଧି କହିଛନ୍ତି ।