ଚନ୍ଦ୍ରଗିରିରେ ବିଶାଳ ହିନ୍ଦୁ ସମ୍ମିଳନୀ ।
ଗଜପତି ,18/1(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଚନ୍ଦ୍ରଗିରି ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ରୁ 2 ହଜାରୁ ଅଧିକ ମହିଳା, ପୁରୁଷ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ l ଏହାପରେ ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟବକ୍ତା ଆରଏସଏସ ସହ ପ୍ରାନ୍ତ ଶାରୀରିକ ପ୍ରଶିକ୍ଷଣ ପ୍ରମୁଖ ଅଶୋକ ରଣଜିତ ଯୋଗଦେଇ ହିନ୍ଦୁ ସମ୍ମିଳନୀ ର ଆବଶ୍ୟକତା ଉପରେ କହିଥିଲେ l ଏହି ସମ୍ମିଳନୀ ରେ ଚନ୍ଦ୍ରଗିରି, ଧାଡିଆମ୍ବ ଓ ଜିରାଙ୍ଗ ମଣ୍ଡଳର ହଜାର ହଜାର ସାଧାରଣ ଜନତା ଯୋଗଦେଇଥିଲେ l
ଏହି ଅବସରରେ ଚନ୍ଦ୍ରଗିରି ଗ୍ରାମର ମୁଖ୍ୟ ଲୋକନାଥ ପାତ୍ର, ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ପଣ୍ଡା, ଶବର ସମାଜ ବରିଷ୍ଠ କାର୍ଯ୍ୟକର୍ତ୍ତା ପିତାମ୍ବର ମଣ୍ଡଳ, ଆଦିକନ୍ଦ ଶବର,ବୁଦ୍ଧିଜୀବୀ ସନାତନ ନାୟକ, ଜାତି ମୁଖିଆ ଦେବରାଜ ପାଇକ, ସରପଞ୍ଚ ରଜନୀକାନ୍ତ ପ୍ରଧାନ, ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ସଦସ୍ୟ ରାଘବ ନାୟକ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆର, ବିଜେପି ଜିଲ୍ଲା ଉପ ସଭାପତି ଶିବରାମ ମହାଙ୍କୁଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ବେହେରା, ଜାଲିବାଡି ଗାଁ ମୁଖିଆ ଜୁରିଆ ପାଇକ, ଧାଡିଆମ୍ବ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ତପନ ନାୟକ, କlନାରl ବ୍ୟାଙ୍କ ମ୍ୟାନେଜର ମହେନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ l
