ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ କମିଟି ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ କମିଟି ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ କମିଟି ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଦାମନଯୋଡି: ତା ୦୭.୧.୨୬:- ଶିଳ୍ପ ନଗରୀ ନାଲକୋ ଟାଉନ୍ସିପ ସେକ୍ଟର୨ ସ୍ଥିତ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ କମିଟି ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସୁନାବେଶ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ୟାମ୍ପକୁ ନାଲକୋ କର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ ଓ ମାନବ ସମ୍ୱଳ ବିଭାଗ ମୁଖ୍ୟ ଏସ ଏ ବାସୁ ମୁଖ୍ୟ ମହା ପ୍ରବନ୍ଧକ ରିବନ୍ କାଟି ଉଦ୍ଘଟାନ କରିବା ସହ ନାଲକୋ ପ୍ରତିଷ୍ଠା ଦିବସରେ ଏହି ମହନୀୟ କାର୍ଯ୍ୟର ଭୁରୀୟସି ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଡ଼ଃ ଚିତ୍ତରଂଜନ ମିଶ୍ର ଓ ସ୍ନିଗ୍ଧା ମିଶ୍ର ଓ ପି ଏମ୍ ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ୟାମ୍ପ ଟିକୁ ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ପାତ୍ର, ରତିନ୍ଦ୍ରନାଥ ପ୍ରଧାନ, ସନ୍ତୋଷ ସେନାପତି, ପ୍ରକାଶ ଓ ଶୁଶାନ୍ତ ତଥା ଫେଡରେଶନ ଅଫ ବ୍ଲଡ ଡନର ଅର୍ଗାନାଇଯେଶନ ଅଫ ଓଡ଼ିଶା (ଏଫବିଡିଓ ଓ)ର ପାବିତ ସାହୁ ପରିଚାଳନାକରିବା ସହ ସହଯୋଗ କରିଥିଲେ।

ବହୁ ରକ୍ତଦାତା ପ୍ରଥମଥର ରକ୍ତଦାନ କରିଥିଲେ। କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ବ୍ଳଡ ବ୍ୟାଙ୍କ ଷ୍ଟାଫ ଭି ଗଙ୍ଗାଧର, ଅଜିତ, ଜଗତ ଓ ରବୀନ୍ଦ୍ର ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରୁ ଦୁଇଟି ଦମ୍ପତି ଙ୍କ ସମେତ ମୋଟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଓଡିଶା ରକ୍ତଦାତା ମହାସଂଘ (ଏଫ୍ ବି ଡି ଓ ଓ) ତରଫରୁ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବା ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା।