ଚଇତି ମହୋତ୍ସବ ଅବସରରେ ରାମନାଗୁଡା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ lବ୍ଲକ ପ୍ରଶାସନ ସହଯୋଗରେ ୬୩ ୟୁନିଟ ସଂଗୃହିତ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡା ଜିଲ୍ଲାର ଗଣମହୋତ୍ସବ ଚଇତି ୨୦୨୫ ଅବସରରେ ରାମନାଗୁଡା ବ୍ଲକ ପ୍ରଶାସନ ସହଯୋଗରେ ଏକ ରକ୍ତଦାନ ଶିବିର ଅୁନୁଷ୍ଠିତ ହୋଇଥିଲା । ରାମନାଗୁଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ,ରାମନାଗୁଡା ଥାନା ଆଇଆଇସି ସୁନୀତା ବେହେରା,ଗୋଷ୍ଠି ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଗୁଣପୁର ରକ୍ତଭଣ୍ଡାର ର ଡାକ୍ତର ପ୍ରଣତୀ ମହାପାତ୍ର,ରାକେଶ କୁମାର ପଣ୍ଡା,ନକ୍ଷତ୍ରମାଳା ଶବର,ରୋଜୀ ନାୟକ,ରାଧାକାନ୍ତ ମାହାନ୍ତି ଓ ସୀମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ ଶିବିରରେ ସମୁଦାୟ ୬୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ରକ୍ତଦାତା ମାନଙ୍କୁ ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ,ଆଇଆଇସି ସୁନୀତା ବେହେରା,ବିଇଓ ସୂଜନ ମଲ୍ଲିକ,ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ସମିତି ସଭ୍ୟ ଆପାରାଓ ପାତିକା,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ଯୋଗାଣ ଅଧିକାରୀ ଶଙ୍କର ବେହେରା,ବିପିସି ସନ୍ତୋଷ ରତ୍ନାଲୁ, ଅକ୍ଷୟ କୁମାର ପଣ୍ଡା,ରମେଶ ଚନ୍ଦ୍ର ମିଶ୍ର, ଚିତ୍ତରଞନ ଦେଓ,ଅଶ୍ବନୀ ତ୍ରପାଠି,ନରହରୀ ଦାଶ,ସନ୍ତୋଷ ବେହେରା,ଥୋମାଶ ତାଣ୍ଡାସୀ,ଦିବ୍ୟଜୀତ ଉଲାକା,ଚନ୍ଦ୍ର ଶେଖର ଶବର,ଗଣେଶ ପ୍ରସାଦ ଦାଶ,ରାମାରାଓ ମୁଟିକା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଆଉ କାହାକୁ ରକ୍ତ ଅଭାବରୁ ମରିବାକୁ ଦେବାନାହିଁ ବୋଲି ଶପଥପାଠ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

