‘ଚଇତି’ ଦ୍ବିତୀୟ ସନ୍ଧ୍ୟା ରୁକ ସୁନା ଙ୍କ ସଂଗୀତ ଙ୍କ ଗୀତରେ ମତୁଆଲା ଦର୍ଶକ
ରାୟଗଡ଼ା,୨୭/୧୨(ଅମୁଲ୍ୟ ନିଶଙ୍କ ): ଲୁକାହିତ ପ୍ରତିଭାଙ୍କୁ ଆଗକୁ ଆଣିବା ସାଂସ୍କୃତିକ ମଞ୍ଚ ବର୍ଷ ଶେଷରେ ଅନୁଷ୍ଠିତ ଏହି ମହେସବ ଲୋକଙ୍କ ମନୋରଞ୍ଜନ କରୁଛି। ଏହି ମାଟିରେ ରାଜ୍ୟ ଓ ଦେଶର କଳାକାରଙ୍କୁ ସୁଯୋଗ ମିଳୁଛି । ଏହାଦ୍ଵାରା କଳା ଓ ସଂସ୍କୃତିର ଆଦାନ ପ୍ରଦାନ ହେଉଛି । ଲୋକ ମହୋତ୍ସବ ‘ଚଇତି’ର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ ଅବସରରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମର । ଆଦିବାସୀ ନାଚଗୀତରେ ଦୁଲୁକିଛି ସାଂସ୍କୃତିକ ମଞ୍ଚ । ମୁଖ୍ୟ ଆକର୍ଷଣ ସାଜିଥିଲେସୁନାମଧନ୍ୟ କଣ୍ଠ ଶିଳ୍ପୀ ରୂକୁ ସୁନା ଏବଂ ତାଙ୍କ ଟିମ୍ । ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ ପରିବେଷଣ କରି ବିକମିତ ରାତି ପର୍ଯ୍ୟନ୍ତ ହଜାର ଜଜର ଦର୍ଶନଙ୍କୁ ବାନ୍ଧି ରଖିଥିଲା lକାର୍ଯ୍ୟକ୍ରମରେ ସମ୍ମାନିତ ଅତିଥୁ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରକୃତୀ ମନ୍ତ୍ରୀ, ଉପଥ ସନ୍ତୋଷ ସୁନା ଯୋଗ ଦେଇଥିଲେ । ଏହି ମହୋସଦ ଦ୍ୱାରା କଳା ଓ ସଂସ୍କୃତିର ପରିଚୟ ରଜାଚିତ ହେଉଛି।ଅଞ୍ଚଳର ଲୋକକଳା ଓ ପ୍ରତିଭା ପାଇଁ ମଞ୍ଚ ପ୍ରଦାନ କରୁଛି ବୋଲି କହିଥିଲେ । ଜିଲ୍ଲାର ସମସ୍ତ ବ୍ଳକ୍ର ଅଧକ୍ଷ, ଅସାମାନେ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ମଞ୍ଚରେ ମା’ ମଝିଘରିଆଣୀ ଓ ଚତୁଦ୍ଧା ମୂର୍ତିଙ୍କ ନିକଟରେ ପୂଜାର୍ଜନା କରାଯାଇଥା ଏହାପରେ ଓଡ଼ିଶୀରୁ ଆରମ୍ଭ ହୋଇଥିଲା ଚଇତି ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ । ସସ୍ମିତା ପଣ୍ଡା ଓ ଦଳ ଦ୍ୱାରା ପରିବେଷିତ ଓଡ଼ିଶୀ ଦର୍ଶକଙ୍କ ମନ ମୋହିଥିଲା । ଏହାପରେ ସୋନପୁର କଳାକର ଦ୍ୱାରା ପଶ୍ଚିମଓଡ଼ିଶାର ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିଲା। କୋରାପୁଟ ଜିଲ୍ଲାର ନୋଟପାଡ଼ ଓ ରାୟଗଡ଼ା ଜିଲ୍ଲାର ପୂଡ଼ାରୀ କଳାକାର ହେମସା ବିଭାକର୍ଷକ ରହିଥିଲା । କଖାସୁରର ମୁକ୍ତିଦ ଝୋଡ଼ିଆ ଓ ଦଳ ପରିବେଷଣକରିଥିଲେ କାଠି ନୃତ୍ୟ ।
ଶେଷରେ ମଞ୍ଚ ଉପରକୁ ଆସିଥିଲେ ପ୍ରସିଦ୍ଧ ଗାୟକ ଶୁକ୍ଳ ସୁନା ଏବଂ ତାଙ୍କ ଟିମ୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ହଜାର ସଂଖ୍ୟାରେ ଲୋକଙ୍କୁ ବାନ୍ଧି ରଖୁଥିଲେ । ରୁକୃଙ୍କ ଗୀତ ଶୀତୁଆ ରାତିଙ୍କୁ ମତୁଆଲା କରିଥିଲା। ଆଜି ୩୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଓରମାସ, ତରଫରୁ ଆୟୋଜିତ ପତ୍ନୀଶ୍ରୀ ମେଳାର ବିଭିନ୍ନ ଷ୍ଟକ ବୁଲି ବିଭିନ୍ନ ସାମଗ୍ରୀ କିଣିଥରେ ଦର୍ଶକ । ମିଶନ ଶକ୍ତି ମହିଳାଙ୍କ ଜଙ୍ଗଲ ଜାତ ଦ୍ରବ୍ୟ କିଣିବାକୁ ଭିଡ଼ ଜମିଥିଲା । ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିଥିଲେ । ଜିଲ୍ଲା ଉନ୍ନୟନ ଅଧୁକାରୀ ଅକ୍ଷୟ କୁମାର ଖେମୁଣ୍ଟୁ ସ୍ୱାଗତ ଭାଷଣ ଓ ଜିଲ୍ଲା ସଂସ୍କୃତି ଅଧୁକରୀ ସ୍ୱସ୍ତିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ନଦୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଏର୍ଷି ଅମୂଲ୍ୟ ଧର, ଏସଡିପିଓ ଗୌରହରି ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ଅର୍ଜନ କରିଥୁଣ୍ଟା ବ୍ୟକ୍ତିଟିଶେଷଙ୍କୁ ସମ୍ବର୍କିତ କରଯାଇଥିଲା । ମୁଖ୍ୟ ଅଡ଼ିଅ, ସମ୍ମାନିତ ଅତିଥି ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ସନ୍ଧ୍ୟାଙ୍କୁ ଜିଲ୍ଲାପାଳ ସମ୍ବନ୍ଧିତ କରିଥିଲେ ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

