ଚଇତି ତୃତୀୟ ସନ୍ଧ୍ୟା ରେ ନାଚି ନଚା ନଚାଇଲେ ବିଷ୍ଣୁମୋହନ ଓ ନାଭ୍ୟା|
ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡା ଜିଲ୍ଲାର ଲୋକ ଗଣ ପର୍ବ ‘ଚଇତି ର ତୃତୀୟ ସନ୍ଧ୍ୟାରେ ନୃତ୍ୟ ଓ ସଂଗୀତରେ ଦର୍ଶକ ଝୁମି ଉଠିଛନ୍ତି । ଚଇତି ତୃତୀୟ ସନ୍ଧ୍ୟା ରାୟଗଡ଼ା ଜିଲାପାଳ ଆଶୁତୋଷ କୁଇଜଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିଜ ଭାବେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ , ଖଣିଖାଦାନ ଭତା ରାଘଗଡ଼ା ଜିଲ୍ଲାର ଆଦିବାସୀଙ୍କ ଚଇତି ପରବ ଗାରିମା ଅତି ନିଆରା । ନେପାଳ ପରେ ସରଗଡ଼ା ଜିଲ୍ଲା ଚଇତି’ ନାମକରଣ ହୋଇଛି। ମେଘ ଦେଖିଲେ ମୟୂର ଯେମିତି ନାଚେ ସେହିଭଳି ବର୍ଷ ଶେଷରେ ‘ଚଇତି’ ମହୋସନକୁ ଅପେକ୍ଷା କରିଥାରି ରାୟଗଡ଼ ଜିଲ୍ଲାବାସୀ । ଏ ମାଟି ହେଉଛି କଳା ସଂସ୍କୃତି ଓ ପରମ୍ପରାର ମାଟି । ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅପାଳ ସମ୍ଭାଳନା ଏହି ଜିଲ୍ଲାରେ ରହିଛି । ଜିଲ୍ଲାର ପର୍ଯ୍ୟଦଳ କ୍ଷେତ୍ର ଚମଜିତ । ବିକଶିତ ଦେବ ରାୟଗଡ଼ା ଜିଲା ବୋଲି ମନ୍ତ୍ରୀ କହିଛନ୍ତି । ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାଯକ, ଜିଲ୍ଲା ଅଧୀକ୍ଷକ ସ୍ନାତୀ ଏସ କୁମାର, ରାୟଗଡ଼ା ପୌରାଧ୍ୟକ୍ଷ ପି ମହେଶ କୁମାର ପଟ୍ଟନାୟକ, ଉପାଧକ୍ଷା ଶୁଭ୍ରା ପଣ୍ଡା , ଗୁଣପୁର ପୌରାଧ୍ଯକ୍ଷା ମମତା ଗୌଡ ଉପାଧକ୍ଷ ଶିତ ପ୍ରସାଦ ଗୌଡ, ଗୁଡ଼ାରି ଏନଏସି ଅଧ୍ୟକ୍ଷା ସର୍ମିତା ଶବର ପ୍ରମୁଖ ଯୋଗଦେଇ ମନୋସନ ପାଇଁ ବିଭିନ୍ନ ନୃତ୍ୟ ଓ ଗୀତ ଆମ ଅଞ୍ଚକର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ଵ ଅଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସବର୍ଦ୍ଧିତ କରାଯାଇଥିଲା। ସେହିଭଳି ସମସ୍ତ ଅତିଥି ଙ୍କ ସହ ଜିଲ୍ଲାର ଦୁଇ ପୌରପରିଷଦ ଓ ଏନ୍ଏସିର ସମସ୍ତ କାଉନସିଲରଙ୍କୁ ଜ଼ିଲାପାଳ ସମ୍ବନ୍ଧିତ କରିଥିଲେ । ଅତିରିକ୍ତ ଜିଲାପାଳ ନିହାଗରଞ୍ଜନ କର୍ଜର ସ୍ବାରତ ଅଭିଭାଷଣ ଦେଇଥିବା ବେଳେ ଉପଜିଲାପାଳ ଉମେଶ କୁମର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଷ୍ଣୁ ମୋହନ କବି ଓ nabhyavଙ୍କ ନୃତ୍ୟ ସଙ୍ଗୀତକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକାର ଦର୍ଶକ ମନଭରି ଉପଭୋଗ କରିଥିଲେ କୁଚିପୁଡ଼ି ନୃତ୍ୟ ଇନ୍ଦିତା ତ୍ୟାନ୍ସ ଏକାଡେମୀ କଳାକାରଙ୍କ କୁଚିପୁଡ଼ି ନୃତ୍ୟ ପରିବେଷଣ ଦର୍ଶକଙ୍କ ମନମୋହିଥିଲା । ନବରଙ୍ଗପୁର ଡାବୁଗାଁର କଳାକାର ହେମଲା ନୃତ୍ୟ, ଖଞ୍ଜାବତା କଳା ପରିଷଦ ପକ୍ଷରୁ କାଳାଚରଣ ରଥ ଓ ତାଙ୍କ ଦଳ ଦ୍ୱାରା ଜେମସା ନୃତ୍ୟ, କାମନାଗୁଳା କଳାକାର ମେଡିୟା ନୃତ୍ୟ ଟ୍ରାନ୍ସଳେଶ୍ଵର ଦିଳ କୋରାପୁଟିଆ ଢ଼େମସା ନୃତ୍ୟ ପରିବେଷଣ କରିଥିଲେ । ରଟିଲାର ଛୁଟିଦିନ ଯାତ୍ମ ସନ୍ଧ୍ୟାରୁ ହିଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଜିଲ୍ଲା ତଥା ବାହାର ଜିଲ୍ଲାରୁ ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ନଵିନ ନାୟକ, , ଆଇଟିଡି lଏ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦସନ୍ତ କୁମାର ପ୍ରଧାନ, ଅତିରିକ୍ତ ଏସପି ଅମୂଲ୍ୟ ଧର, ଏସଡିପିଓ ସୌରକରୀ ବାବୁ ପ୍ରମୁଖ ପରିଚାଳନା କରିଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

