ଘୋଡ଼ାଶାଳ ଘାଟିରେଓଲଟି ପଡ଼ିଲା ‘ଅମ୍ବିକା’ ବସ ।

ଘୋଡ଼ାଶାଳ ଘାଟିରେଓଲଟି ପଡ଼ିଲା 'ଅମ୍ବିକା' ବସ ।

ଘୋଡ଼ାଶାଳ ଘାଟିରେଓଲଟି ପଡ଼ିଲା ‘ଅମ୍ବିକା’ ବସ ।

ଗଜପତି (ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଘୋଡାସାଳ ଘାଟିରେ ଆଜି ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ‘ଅମ୍ବିକା’ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏକ ବଡ଼ ବିପଦରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ବସ୍‌ଟି ପାରଳାଖେମୁଣ୍ଡିରୁ ବାଦୁଆ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାଉଥିଲା। ମାତ୍ର ଘୋଡାସାଳ ଘାଟି ନିକଟରେ ଗାଡ଼ିରେ କୌଣସି ଯାନ୍ତ୍ରିକ ତୃଟି ଦେଖାଦେଇଥିଲା, ଯାହାଫଳରେ ଚାଳକ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ୍‌ଟି ସିଧାସଳଖ ରାସ୍ତା କଡ଼ରେ ଥିବା ଗାର୍ଡ ୱାଲ୍‌କୁ ପିଟିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୨୭ରୁ ଅଧିକ ଯାତ୍ରୀ ଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରା.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଯାନ୍ତ୍ରିକ ତୃଟି ଘଟିଲା, ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।