ଘର ହିଁ ବିଦ୍ୟାଳୟ ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି।

ଘର ହିଁ ବିଦ୍ୟାଳୟ ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି।

ଘର ହିଁ ବିଦ୍ୟାଳୟ ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୧୬-୦୩-୨୦୨୬ରିଖ ସୋମବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଘର ହିଁ ବିଦ୍ୟାଳୟ” ପ୍ରକଳ୍ପର ପ୍ରଥମ ସୋପାନ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି।ଏହି ଅବସରରେ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ( ବିଜ୍ଞାନ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା)
ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି”ଶିଶୁ ଶିକ୍ଷାର ଭାରତୀୟ ଏବଂ ପାଶ୍ଚାତ୍ୟ ସଂକଳ୍ପନା” ବିଷୟରେ ବକ୍ତବ୍ୟ ପ୍ରଦାନ କରି ମାତୃମଣ୍ଡଳୀ, ଗୁରୁମା ଗୁରୁଜୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ବରିଷ୍ଠା ଗୁରୁମା ସୁଶ୍ରୀ କୁନ୍ତୀ ପ୍ରଧାନ “ଘର ହିଁ ବିଦ୍ୟାଳୟ”ପ୍ରକଳ୍ପ ପାଳନର ଉଦ୍ଦେଶ୍ୟ ଜ୍ଞାପନ ଓ ସୋପାନ ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ ପରିଚାଳନା କରିଥିଲେ। ଗୁରୁମା କୁନ୍ତୀ ପ୍ରଧାନ ଫୁଲ ବର୍ଗୀକରଣ ପ୍ରାୟୋଗିକ କାଳାଂଶ କରିଥିଲେ।ବିଦ୍ୟାଳୟର ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମକୁ ସାହାଯ୍ୟ ଓ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀମତୀ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।