ଘରେ କେହିନଥିଲା ବେଳେ ମହିଳାଙ୍କ ଆତ୍ମହତ୍ୟା।

ଘରେ କେହିନଥିଲା ବେଳେ ମହିଳାଙ୍କ ଆତ୍ମହତ୍ୟା।

ବଡ଼ବଜାର ଥାନା ଅର୍ନ୍ତଗତ ପାଣ୍ଡବ ନଗର ସାହିରେ ନିତୁ ମୃଦୁଙ୍ଗିଆ ନାମ୍ନୀ ଜଣେ ମହିଳା ବେକରେ ଶାଢ଼ୀ ବାନ୍ଧି ଫେନ୍ ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଦୁଇ ସନ୍ତାନ ର ଜନନୀ ଅଟନ୍ତି। ଘରେ କେହିନଥିଲା ବେଳେ ମହିଳା ଜଣକ ଏହି ଭଳି ନିଷ୍ପତ୍ତି ନେଇଛି ଓ ଘର ଲୋକେ ଆସି ମୃତ ନିତୁକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ପାରିବାରିକ ଅଶାନ୍ତି କୁ ନେଇ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।