*ଘଞ୍ଚ ଜଙ୍ଗଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ*।
ଗଜପତି, (ମନୋଜ ପାଢ଼ୀ)-: କିଛି ଦିନ ଧରି ଗଜପତି ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ବାହିନୀ ପକ୍ଷରୁ ଧରପଗଡ଼ ଚାଲିରହିଥିବା ବେଳେ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଉଛି l ଆଜି ଭୋର ସକାଳୁ ଗଜପତି ଜିଲ୍ଲା ରା -ଉଦୟଗିରି ଉପଖଣ୍ଡ ଆରୋକ୍ଷୀ ଅଧିକ୍ଷକ ଆଇ ପି ଏସ ରାକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଅଡବା ଥାନା ଅଧିକାରୀ ଶୁଭ୍ରାଶୁ ପଣ୍ଡା ଓ ପୋଲିସ ବାହିନୀ ପକ୍ଷରୁ ଅଡବା ଥାନା ଅନ୍ତର୍ଗତ ଗୁଡ୍ରିପଙ୍କା ଗ୍ରାମର ଘଞ୍ଚ ଜଙ୍ଗଲରେ 42 ଗୋଟି ପ୍ଲାଷ୍ଟିକ ବ୍ୟାଗରୁ 1054 କିଲୋ ଗଞ୍ଜେଇ ଜବତ କରାଯାଇଛି l ଗଞ୍ଜେଇ ସବୁ ଘଞ୍ଚ ଅରଣ୍ୟରେ ଥିବାରୁ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ l ଏନେଇ ଅଡବା ଥାନାରେ ଏନ ଡି ପି ଏସ ର ଧାରା ଅନୁସାରେ 72/2026 ମାମଲା ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ ଚଲାଇଛି l
