ଗ୍ରାମୀଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲିଟିଗୁଡ଼ା ଚାମ୍ପିଅନ
ସେମିଲିଗୁଡା: ତା:୨୬/୦୩/୨୬: ନାଲକୋ କର୍ପୋରେଟ ସାମାଜିକ ଦାୟିତ୍ୱ ବିଭାଗ ଦ୍ୱାରା ରାଷ୍ଟ୍ରଦୀପର ସହଯୋଗରେ ଆୟୋଜିତ ଦୁଇ ଦିନିଆ ଗ୍ରାମୀଣ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବେହେରାଗୁଡା ଠାରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ଲିଟିଗୁଡ଼ା ଓ ଚଉଗାଁ ମଧ୍ୟରେ ଖେଳାଯାଇଥିଲା। ଲିଟିଗୁଡ଼ା ଦଳ ୧- ୦ ଗୋଲ ରେ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ସହିତ ପନ୍ଦର ହଜାର ଟଙ୍କାର ପୁରଷ୍କାର ପ୍ରାପ୍ତ କରିଥିଲେ। ସେହିଭଳି ଚଉଗାଁ ଫୁଟବଲ ଦଳ ରନର୍ସ ଅପ ଟ୍ରଫି ସହ ଦଶ ହଜାର ଟଙ୍କାର ପୁରଷ୍କାର ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ।ଉକ୍ତ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ର ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦେବାଶିଷ ମହାନ୍ତି ଯୋଗ ଦେଇ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ସମସ୍ତ ଦଳ ଶୃଙ୍ଖଳିତ ଭାବେ ଖେଳିଥିବା ଯୋଗୁଁ ସମସ୍ତ ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଲକୋ ର ବରିଷ୍ଠ ଅଧିକାରୀ ସୁଗତ ଆନନ୍ଦ ବାସୁ, ସଞ୍ଜୟ ଗୁପ୍ତା, ନଗେନ ବେହେରା, ନାଲକୋ କ୍ରୀଡା ବିଭାଗ ର ଅଧିକାରୀ ଅରୁଣ କୁମାର ମହାନ୍ତି, ସେମିଳିଗୁଡା ତହସିଲଦାର ଦେବବ୍ରତ କରାଟି, ସେମିଲିଗୁଡା ବିଡ଼ିଓ ଜସ୍ମିନ ପ୍ରଧାନ, ସୁନାବେଡା ଏସ ଡି ପି ଓ ସୁମିତ୍ରା ଜେନା, ସୁନାବେଡା ଆଇ ଆଇ ସି ସୁଷମା କହଁର, ସେମିଲିଗୁଡା ଆଇ ଆଇ ସି ଅନିତା କୁଜୁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରଦୀପ ର ବରିଷ୍ଠ ପତ୍ରକାର ତଥା ବିଶିଷ୍ଟ ସମାଜ ସେବୀ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଏବଂ ରାଷ୍ଟ୍ରଦୀପ ର ରାଜ୍ୟ ଉପ ସଭାପତି ଅରୁଣ କୁମାର ଜେନାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
report by ch Kurma Rao semiliguda
