ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର ।

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର ।

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର ।

ଗଜପତି,୯।୧୨(ମନୋଜ ପାଢୀ): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା ସିସିଟିଭିକୁ ମଧ୍ୟ ନେଇଯାଇଛନ୍ତି।ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରଛି। ସୋମବାର ରାତିରେ ମନ୍ଦିରର ନୀତିକାନ୍ତି ସମାପ୍ତ ପରେ ମନ୍ଦିରର ମୁଖ୍ୟ ପୂଜକ ମନ୍ଦିର ତାଲା ପକାଇ ଯାଇଥିଲେ ।ମଙ୍ଗଳବାର ସକାଳେ ପୂଜକ ମନ୍ଦିର ଆସି ଦିଅଙ୍କ ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ମନ୍ଦିରର ସିସିଟିଭି ହାଡ଼ଡିସ ମଧ୍ୟ ନ ଥିବା ଦେଖିବାକୁ ମିଳିଥିଲା ।

ଏନେଇ ଗ୍ରାମବାସୀ ଓ ମନ୍ଦିର କମିଟି କତୁରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।