ଗୋଟିଏ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ ସର୍ବମୋଟ #୧୪୪ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଗୋଟିଏ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ ସର୍ବମୋଟ #୧୪୪ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଗୋଟିଏ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ ସର୍ବମୋଟ #୧୪୪ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୫-୦୧-୨୦୨୬ରିଖ ବରଗଡ଼ ଫିଜିକାଲ ଏକାଡେମୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ବରଗଡ଼ ଫିଜିକାଲ ଏକାଡେମୀ ର ସଫଳତା କୁ ନେଇ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର କୁ ମୂଖ୍ୟ ଅତିଥି ଭାବରେ ବରଗଡ଼ ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବରେଣ୍ୟ ଅତିଥି ଭାବରେ ବିଜେଡି ଟାଉନ ସଭାପତି ଅନୁପ ଶତପଥୀ, ବିଜେଡି ନେତା କିଶୋର ମିଶ୍ର, ବରିଷ୍ଠ ବିଜେପି ନେତା ଅଶ୍ବିନୀ ପଣ୍ଡା, ଭକ୍ତ ଚରଣ ଦାଶ, ପୂର୍ବତନ କାଉନସିଲର ରମା ଦାଶ, ବରଗଡ଼ ଫିଜିକାଲ ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀମାନ ସୁରେଶ କୁମାର ଦାଶ (ନାଟୁ) ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୧୧୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ବରଗଡ଼ ଫିଜିକାଲ ଏକାଡେମୀ କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଠିକ୍ ସେହିପରି ବରଗଡ଼ ରେ ରୋୟାଲ କୋଚିଂ ଇନଷ୍ଟିଚ୍ୟୁଟ ର ନୂତନ ଶାଖା ର ଶୁଭାରମ୍ଭ ଅବସର ରେ ଶକ୍ତି ନଗର ବରଗଡ଼ ଠାରେ ରୋୟାଲ କୋଚିଂ ଇନଷ୍ଟିଚ୍ୟୁଟ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ରୋୟାଲ କୋଚିଂ ଇନଷ୍ଟିଚ୍ୟୁଟ ର ମୁଖ୍ୟ ତପନ ଭୋଇ ଙ୍କ ମାଁ ପଦ୍ମା ବତୀ ଭୋଇ ମୂଖ୍ୟ ଅତିଥି ଭାବରେ ଓ ବରେଣ୍ୟ ଅତିଥି ଭାବରେ ତପନ ଭୋଇ,ଅନିତା ପଧାନ , ଜ୍ଞାନ ରଞ୍ଜନ ସରାଫ, ଅମିତ ଭୋଇ, ଆଜାଦ ପତି ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ #୧୪୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ରୋୟାଲ କୋଚିଂ ଇନଷ୍ଟିଚ୍ୟୁଟ  କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଭୟ ଶିବିର କୁ ବରଗଡ଼ ଫିଜିକାଲ ଏକାଡେମୀ,ରୋୟାଲ କୋଚିଂ ଇନଷ୍ଟିଚ୍ୟୁଟ ଓ ନିଷ୍ଠା ପରିବାର ର ସଦସ୍ୟା ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।