ଗୁମ୍ମା ବ୍ଲକର ଭୁବୁନୀ ପଞ୍ଚାୟତ ଅନ୍ତର୍ଗତ ସାଣ୍ଡାଙ୍ଗ ଗ୍ରାମରେ “ସଂସ୍କୃତି ଭବନ” ପାରଳା ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ।
ଗଜପତି:୭/୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତର ସାଣ୍ଡାଙ୍ଗ ଗ୍ରାମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏକ ସଂସ୍କୃତି ଭବନ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଂସ୍କୃତି ଭବନ’ର ଉଦଘାଟନ କରିଥିଲେ ।ଜନଜାତି ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତିର ପ୍ରଗତି ନିମନ୍ତେ ଏହି ସଂସ୍କୃତି ଭବନ ବେଶ ଉପଯୋଗୀ ହୋଇପାରିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ । ⁸୫ ଲକ୍ଷ ଟଙ୍କା ବ୍ୟୟରେ ଏହି ସଂସ୍କୃତି ଭବନ ନିର୍ମାଣ ହୋଇଥିବା ବେଳେ ଏଠାରେ ବିଶେଷ ସୁବିଧା ରହିଥିବା ଜଣାଯାଇଛି ।
ସାଣ୍ଡାଙ୍ଗ ଗ୍ରାମବାସୀ ସାଂସ୍କୃତିକ ସମେତ ଗ୍ରାମର ବିଭିନ୍ନ ବିଷୟରେ ଏଠାରେ ଆଲୋଚନା କରିବାରେ ବେଶ ସହାୟକ ହୋଇପାରିବେ । ସେଇଭଳି ନର୍ସରୀ ଗ୍ରାମ ଓ ତରଭା ରେ ମଧ୍ୟ ସାଂସ୍କୃତିକ ଭବନ ଭିର୍ତିଭୂମି ପ୍ରସ୍ତର କରାଯାଇଥିଲା, ଶେଷରେ ସେରଙ୍ଗ ନିକଟ ରେ ଥିବା ତାରିଣୀ ମନ୍ଦିର ଓ ତାପରିସର ପର୍ଯ୍ୟଟନ କ୍ଷେତ୍ର ର ସୋଉନ୍ଦର୍ଯ୍ୟ ର ଉନ୍ନତିକରଣ ର ଭିତ୍ତିଭୂମି ସ୍ଥାପନ ହୋଇଥିଲାଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବାରା ତିରୁପତି ରାଓ , ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରେଣୁକା ପାତ୍ର , ସମିତିସଭ୍ୟା ଶ୍ରୀମତୀ ଅନିତା ଭୂୟାଁ , ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର ଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ।
