ଗୁଣ୍ଠାପୁଟରେ ହନୁମାନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ।

ଗୁଣ୍ଠାପୁଟରେ ହନୁମାନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ।

ଗୁଣ୍ଠାପୁଟରେ ହନୁମାନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ।

ସେମିଳିଗୁଡା.ତାରିଖ-ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାପୁଟ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ପ୍ରଭୂ ହନୁମାନଙ୍କ ମନ୍ଦିର ଓ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉସ୍ଚବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଦୁଇ ଦିନ ଧରି ଯଜ୍ଞ, କଳସଯାତ୍ରା , ହରିନାମ ସଂକୀର୍ତ୍ତନ, ଅନୁଷ୍ଠିତ ହହୋଇ ଥିଲା।ଆଜି ଉଦଯାପନ ଉସ୍ଚବରେ ହନୁମାନଙ୍କର ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ, ପଟାଙ୍ଗୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଚୈତନ୍ଯ ନନ୍ଦିବାଲୀ,ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର,ଉତ୍କଳ ବିଶ୍ୱବିଦ୍ୟାଳୟର ଆସୋସିିଏଟ୍ ପ୍ରଫେସର ଆଶୁତୋଷ କରକରା,କୁନ୍ଦୁଲୀ ଗୁରୁକୁଳ ଆଶ୍ରମର ଉପାଚାର୍ଯ୍ଯ ମନୁଦେବ ପ୍ରମୁଖ ଯୋଗଦେଇ ଥିଲେ। ବିଭିନ୍ନ ଅଂଚଳରୁ ଆସିଥିବା ସମସ୍ତ ଅତିଥିମାନଙ୍କୁଗ୍ରାମବାସୀମାନେ ଅଭୂତପୂର୍ବ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଥିଲେ। ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଥିଲା।

ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା ହୋଇ ଥିଲା।କମିଟିର ସମସ୍ତ ସଦସ୍ଯ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।