ଗୁଣୁପୁର ଗୋଷ୍ଠି ଶିକ୍ଷା ବିଭାଗ ର ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଅନୁଷ୍ଠିତ
ରାୟଗଡ ( info media): ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମରାଠୀଗୁଡା ଠାରେ ଗୁଣୁପୁର ଗୋଷ୍ଠୀସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଏହା ଆଜି ଅର୍ଥାତ ଚାରି ତାରିଖ ରୁ ଆରମ୍ଭ ହୋଇ ଆଠ ତାରିଖ ପର୍ଯ୍ୟନ୍ତ ଗୁଣୁପୁର ଅଞ୍ଚଳ ରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସଚେତନ କରାଯିବ l ଏଥି ନିମନ୍ତେ, ସକଳ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଗୁଣୁପୁର ପୌରାଧ୍ୟାକ୍ଷା ଶ୍ରୀମତୀ ମମତା ଗୌଡ଼ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲା ବେଳେ, ରାୟଗଡା ଜିଲ୍ଲା ର ମନେରଗା ଲୋକପାଳ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ, ଗୋଷ୍ଠି ଅଧ୍ୟାକ୍ଷା ଶ୍ରୀମତୀ ଝିଲ୍ଲୀ ଶବର, ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ହେମାନନ୍ଦ ବରିହା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ସବିତା ଶବର, ଅନ୍ୟତମ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ବେହେରା, ୱାର୍ଡ ମେମ୍ବର ଶ୍ରୀମତୀ ଚେପାଲ୍ଲା ସରସ୍ବତୀ, ୱାର୍ଡ ମେମ୍ବର ଶ୍ରୀମତୀ ରଶ୍ମି ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l
ମୁଖ୍ୟ ଅତିଥି ଙ୍କ ଦ୍ୱାରା ସଚେତନତା ରଥ ର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ଗୁଣୁପୁର ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ଗ୍ରାମ ଭ୍ରମଣ କରି ଲୋକଙ୍କୁ ସଚେତନ କରିବ l ବିଭିନ୍ନ ବିଦ୍ୟାଳୟ ରୁ ପ୍ରାୟ 35 ରୁ 40 ଜଣ ଶିଶୁବାଟିକା ପିଲାଙ୍କୁ ନେଇ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ସମେତ ସମସ୍ତ ସମ୍ମାନିତ ଅତିଥି ଅତି ଆଗ୍ରହ ସହକାରେ ରହି ନିଜେ ପିଲାଙ୍କୁ ଖାଡିଛୁଆଁ କରାଇଥିଲେ l ସି ଆର ସି ଶ୍ରୀ ଗୋପୀନାଥ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ, ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ କାର୍ଯ୍ୟକ୍ରମ କୁ ଶ୍ରୀ ଗୋପୀନାଥ ପଣ୍ଡା ସୁଚାରୁ ରୂପେ ପରିଚାଳନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିବା ବେଳେ ସମସ୍ତ ଙ୍କ ଭିତରେ ଏକ ଅଫୁରନ୍ତ ଉତ୍ସାହ ପରିଲକ୍ଷିତ ହୋଇଥିଲାରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
