ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ ( ଅମୁଲ୍ୟ ନିଶଙ୍କ )- ବକ୍ସାଇଟ ପାଇଁ ବିଶ୍ୱ ପ୍ରସିଦ୍ଧ ରାୟଗଡ଼ା ଜିଲାର କାଶୀପୁର ବ୍ଲକ । ହେଲେ ଆଜିବି ସେଠାକାର ବାସିନ୍ଦା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ପଡ଼ି ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣାକ୍ରମରେ କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅର୍ନ୍ତଗତ ହାଡ଼ିଗୁଡ଼ା ପଞ୍ଚାୟତର ଦୋରାଗୁଡ଼ା ଗ୍ରାମରେ। ଗ୍ରାମର ଗୋପାଳ ଦୋରାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା କରାଯାଇଛି। ଏନେଇ ପର୍ଦ୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି ।

ସେଥିମଧ୍ୟରୁ ୫ଜଣଙ୍କୁ ଦୋରାଗୁ ଅଂଚଳରେ ଗିରଫ କରିଥିବା ବେଳେ ଜଣଙ୍କୁ ପୁରୀରୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ପୁରୀରୁ ଈଶ୍ୱର ଦୋରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅନ୍ୟ ୫ଜଣ ହେଲେ ଇନୋ ଦୋରା, ରାମାରାଓ ଦୋରା, ନାଚି ଦୋରା, ରାଜୁ ଦୋରା, ମୋହନରାଓ ଦୋରା ।ପୋଲିସ ସୂଚନା ମୁତାବକ, ଜାନୁଆରୀ ୨୧ ତାରିଖରେ ଦୋରାଗୁଡ଼ା ଗ୍ରାମର ଗଙ୍ଗାମା ଦୋରା ତାଙ୍କ ବାପା ଗୋପାଳ ଦୋରା(୬୫) ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଗଙ୍ଗାମାଙ୍କ ଏତଲା ପ୍ରକାରେ ଗୋପାଳ ଗାଁ ଠାରୁ ୩୦୦ ମିଟର ଦୂରରେ ଏକ କୁଡ଼ିଆରେ ରହି ଗାଇ ଜଗୁଥିଲେ । ବେଳେବେଳେ ଘରୁ ଯାଇ ତିନିରୁ ଚାରି ଦିନ ପରେ ଫେରନ୍ତି । ହେଲେ ଗଙ୍ଗାମାଙ୍କ ଅଭିଯୋଗ ପ୍ରକାରେ ଗତ ୨୫ ଦିନ ହେଲା ତାଙ୍କ ବାପା ଗୋପାଳ ଯାଇ ଆଉ ଘରକୁ ଫେରି ନ ଥିଲେ । ହେଲେ ଗୁରୁବାର ଦୋରାଗୁଡ଼ା ନିକଟସ୍ଥ ନଦୀରୁ ଗୋପାଳଙ୍କ ହାତଗୋଡ଼ ଓ ଅଣ୍ଟାରେ ପଥର ବନ୍ଧା ହୋଇଥିବା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଏହାକୁ ହତ୍ୟା ସନ୍ଦେହ କରି ଗଙ୍ଗାମା ପୋଲିସରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଆଇଆଇସି କିରଣବାଳା ସାମଲ କେସନଂ ୮/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଗିରଫ ୬ଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏହାପରେ ୫ଜଣଙ୍କୁ ଦୋରାଗୁଡ଼ା ଗିରଫ କରିଥିବା ବେଳେ ଈଶ୍ୱର ଦୋରା ଓରଫ ଇଶପାଙ୍କୁ ପୁରୀରୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡ ପରେ ଈଶ୍ୱର ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପୁରୀ ଯାଇଥିଲେ। ମୃତଦେହ ଜବତ ହେବା ପରେ ସେଠାରୁ ଫେରାର ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଧରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ପଚରାଉଚୁରା ପରେ ଗୋପାଳ ଗୁଣିଗାରେଡ଼ି କରି ତାଙ୍କ ପରିବାରବର୍ଗକୁ ଆଘାତ ପହଞ୍ଚାଇଥିବା ସନ୍ଦେହରେ ହତ୍ୟା କରାଯାଇଥିବା ୬ଅ ଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଇଉକାଲିପଟାସ କାଠ, ପ୍ଲାଷ୍ଟିକ ବ୍ୟାଗ ଓ ଦଉଡ଼ିକୁ ପୋଲିସ ଜବତ କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ