ଗୁଣପୁର ବିଧାନସଭା ଆସନ ଉପରେ ଭାଜପାର ନଜର ପୂର୍ବତନ ଜିଲା ପରିଷଦ ଗୋମାଙ୍ଗ ଙ୍କ ପୁଅ ଅଭିନାଶ ଙ୍କୁ ସହିତ ଅନ୍ୟ ମାନେ ମିଶିଲେ ଭାଜପାରେ
ରାୟଗଡ଼(info media): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭାଜପା ଜିଲାରେ ସଜବାଜ ଆରମ୍ଭ କରିଛି। ବିଶେଷ ଭାବେ ଗୁଣପୁର ବିଧାନସଭା ଆସନକୁ ଭାଜପା ଅଧିକା ଫୋକସ୍ରେ ରଖିଛି । କାରଣ ୨୦୦୦ ସାଧାରଣ ନିର୍ବାଚନରେ ବିଜେଡି ଭାଜପା ମେଣ୍ଟ ବେଳେ ଗୁଣପୁର ନିର୍ବାଚନମଣ୍ଡଳୀ ଟିକେଟ୍ ଭାଜପା ହାତରେ ପଡ଼ିଥିଲା । ସେଥିରେ ଭାଜପାରୁ ପ୍ରାର୍ଥୀ ହୋଇ ରାମମୂର୍ତ୍ତିି ଗମାଙ୍ଗ ବିଜୟୀ ହୋଇଥିଲେ ।
ଏଭଳିକି ୨୦୧୭ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ଜିଲା ସଭାପତି ଶିବଶଙ୍କର ଉଲାକାଙ୍କ ନେତୃତ୍ୱରେ ଜିତିଥିବା ୪ଜିଲା ପରିଷଦ ଆସନ ମଧ୍ୟରୁ ଗୁଣପୁର ନିର୍ବାଚନମଣ୍ଡଳୀର ରାମନାଗୁଡ଼ା ବ୍ଲକର ଦୁଇଟି ଜୋନ, ପଦ୍ମପୁର ବ୍ଲକର ଗୋଟିଏ ଜୋନ ଏବଂ ବିଷମକଟକ ନିର୍ବାଚନମଣ୍ଡଳୀ ମୁନିଗୁଡ଼ା ବ୍ଲକର ଗୋଟିଏ ଜୋନ ଭାଜପା ଦଖଲ କରିଥିଲା। ଯାହାର ଫଳସ୍ବରୂପ ବର୍ତ୍ତମାନ ଜିଲା ସଭାପତି ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଭାଜପା ଗୁଣପୁର ଆସନରେ ଦଳକୁ ସଂଗଠିତ କରୁଥିବା ଦେଖାଦେଇଛି।
ବିଭିନ୍ନ ଦଳରେ ଆଗଧାଡ଼ିର ନେତା ଓ କର୍ମୀଙ୍କୁ ନେଇ ଦଳରେ ମିଶାଉଛି ଜିଲା ଭାଜପା ।କଂଗ୍ରେସର ଜଣେ ପୂର୍ବତନ ବରିଷ୍ଠ ନେତା ତଥା ଦୁଇ ଥର ର ଜିଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଦମ୍ପତି ବିଜୟ ଗମାଙ୍ଗ ଓ କେତକୀ ଗମାଙ୍ଗଙ୍କ ପୁଅ ଅବିନାଶ ଗମାଙ୍ଗ ଙ୍କ ସହିତ ଯୁବ କଂଗ୍ରେସ ନେତ୍ରୀ ରୁନା ବାଉରୀ, କରୁଣାକର ଶବର, ସଞ୍ଜୀବ କୁମାର ଶବର ଏବଂ ବହୁ ବରିଷ୍ଠ ନେତା ନେତ୍ରୀ ଓ ଯୁବନେତାମାନେ ନିଜ ସମର୍ଥକଙ୍କ ସହ ଗୁରୁବାର ଭାଜପାରେ ଯୋଗଦାନ କରିଛନ୍ତି । ଭାଜପା ଜିଲା ପର୍ଯ୍ୟବେକ୍ଷକ କେ.ନାରାୟଣ ରାଓ, ଜିଲା ସଭାପତି ଗୋପୀ ଆନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଏହି ବ୍ୟକ୍ତି ମାନେ ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ନିକଟରେ ଦଳରେ ମିଶିଛନ୍ତି । ଯାହାକୁ ନେଇ ଗୁଣପୁର ରାଜନୀତି ଏକପ୍ରକାର ସରଗରମ ହୋଇଛି। ସେ ବର୍ତ୍ତମାନର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ କଡ଼ା ଟକ୍କର ଦେବାରେ ଅବିନାଶ ଭାଜପା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ ଆଗାମୀ ପଞ୍ଚୁାୟତ ନିର୍ବାଚନରେ ଭାଜପା ଜିଲା ଦଖଲ କଲେ ତାହା ୨୦୨୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଓ ଜିଲାର ତିନି ବିଧାନସଭା ଆସନକୁ ଅକ୍ତିଆର କରିବା ଲକ୍ଷ୍ୟରେ ଭାଜପା ନିଜର ସଂଗଠନ ବୃଦ୍ଧି କରିବାରେ ଲାଗିଥିବା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
