ଗୁଡାରି ବ୍ଳକ ଅଧ୍ଯକ୍ଷା ଲକ୍ଷ୍ମୀ ଶବର ଅନସ୍ଥାରେ ପରାସ୍ତ, ପଦରୁ ବହିଷ୍କାର

ଗୁଡାରି ବ୍ଳକ ଅଧ୍ଯକ୍ଷା ଲକ୍ଷ୍ମୀ ଶବର ଅନସ୍ଥାରେ ପରାସ୍ତ, ପଦରୁ ବହିଷ୍କାର

ଗୁଡାରି ବ୍ଳକ ଅଧ୍ଯକ୍ଷା ଲକ୍ଷ୍ମୀ ଶବର ଅନସ୍ଥାରେ ପରାସ୍ତ, ପଦରୁ ବହିଷ୍କାର

ରାୟଗଡ (info media):ବହୁ କଳ୍ପନା ଜଳ୍ପନା ପରେ ଶେଷରେ ହାଇକୋର୍ଟ ନାର୍ଟଙ୍କ ନିର୍ଦେଶ ପରେ ଗୁଡ଼ାରୀ ବ୍ଳକ ଅଧ ଧ୍ୟକ୍ଷା ଲକ୍ଷ୍ମୀ ଶବ ର ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି କଢ଼ା ସୁରକ୍ଷା ମଧ୍ୟରେ ଗୁଣୁପୁର କୋସାଗର ରୁ ଭୋଟ ବାକ୍ସ ଅଣାଯାଇଥିଲା ଓ ଗୁଡାରି ବ୍ଲକ ଅଫିସ ମଧ୍ଯରେ ଅନୁଷ୍ଠିତ ହୋଇଥିଲା I ମୋଟ ୧୯ ଖଣ୍ଡ ଭୋଟ ମଧ୍ୟରୁ ରୁ ୧୬ ଜଣ ଅନାସ୍ଥା ସପକ୍ଷରେ ଭୋଟ ଟି ଦେବା ଫଳରେ ଅଧ୍ଯକ୍ଷା ଲକ୍ଷ୍ମୀ ଶବ ଶବର ନିଜ ପଦବୀ ହରାଇଛନ୍ତି I ଓଡ଼ିଶା ସରକାରଙ୍କ ପଞ୍ଚାୟତ ସମିତି ନିୟମ ଅନୁଯା ଅନୁଯାୟୀ ରାୟଗଡା ଜିଲ୍ଲା ଗୁଡ଼ାରି ବ୍ଲକ ଅ ଅଧ୍ଯକ୍ଷା ଲକ୍ଷ୍ମୀ ଶବର ଅନସ୍ଥା ପ୍ରସ୍ତାବରେ ପର ପରାସ୍ତ ହେବା ଯୋଗୁଁ ଅଧକ୍ଷ ପଦବୀରୁ ତାଙ୍କୁ ୧୯୮୬ ର ନିୟମ -୪ ପ୍ରକାରେ ରେ ଅର୍ପିତ କ୍ଷମତା ବଳରେ ଗୁଣ ଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୂଧଳ ବହିଷ୍କାର କରିଛନ୍ତି। ଏହି ସମ୍ପର୍କରେ ଉପ-ଜିଲ୍ଲାପାଳ ଶ୍ରୀ ଦୁଧାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଗୁଡାରି ତହସିଲଦାରଙ୍କ ପତ୍ର ସଂଖ୍ୟା ୧୬୨ତାରିଖ ୨୨.୦୧.୨୦୨୬ ଅନୁଯାୟୀ ଗୁଡାରି ପଞ୍ଚାଯତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବରଙ୍କ ବିରୋଧରେ ଗୁଡାରି ପଞ୍ଚାଯତ ସମିତିର ମ୍ବତନ୍ତ୍ରବୈଠକରେ ଆଗତ ଅନସ୍ତା ପ୍ରସ୍ତାବରେ ମୋଟ ୧୯ ଜଣ ସଭ୍ୟ ସଭ୍ୟା ମଧ୍ୟରୁ ତାଙ୍କ ବିରୋଧରେ ୧୬ ଜଣ ସଭ୍ୟ ମତ ଦେଇଥିଲେ ।

ଉଲେଖଯୋଗ୍ୟ ଯେ ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଆଜି ଗଣତି କରାଯାଇଥିଲା । ନିର୍ବାଚନ ଅଧିକାରୀ ଗୁଡ଼ାରୀ ତହସିଲଦାର .ସ୍ନେହଲତା ଅନାସ୍ଥା ପ୍ରସ୍ତାବ ପାଇଁ ଗତ ଜୁଲାଇ ୨୪ ରେ ହୋଇଥିବା ଭୋଟ ବାକ୍ସକୁ ଖୋଲି ଗଣତି କରି ଗୁଣପୁର ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ସୂଚନାଯୋଗ୍ୟ ଶ୍ରୀ ଲକ୍ଷ୍ମୀ ଶବର ବିଜେଡି ଦଳର ଅଧ୍ୟକ୍ଷା ରହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡିକୁ ବିରୋଧ କରି କଂଗ୍ରେସକୁ ସମର୍ଥନ କରି ଥି ଲେ । ଏହାପରେ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖୁବାକୁ ମିଳିଥିଲା I ଏହାପରେ ବିଜେଡି ଦଳ ପକ୍ଷରୁଲକ୍ଷ୍ମୀ ଶବରଙ୍କୁ ଦଳରୁ ବହିଷ୍କାର କରିବା ସହ ଗତ ଜୁଲାଇ ୨୪ ତାରିଖରେ ତାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଅଣାଯାଇଥିଲା I ତେବେ ଭୋଟ ଗ୍ରହଣ ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଗଣତି ୬ ମାସ ଅଟକି ରହିଥିଲା Iଗୁଡାରି ବ୍ଲକର ୯ ଟି ପଞ୍ଚାୟତ ମଧ୍ୟରୁ ବିଜେଡି ଦଳର ୮ ଜଣ ସମିତି ସଭ୍ୟ ଓ ସରପଞ୍ଚ ରହିଥ‌ିବା ବେଳେ ଅଧ୍ଯକ୍ଷାଙ୍କୁ ବିରୋଧ କରୁଥିବା କଂଗ୍ରେସ ଦଳର ୭ ଜଣ,ଜଣେ ବିଜେପି ସଭ୍ୟ ମିଳିତ ଭାବେ ଅଧ୍ଯକ୍ଷା ଲକ୍ଷ୍ମୀ ଶବରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଅପର ପକ୍ଷରେ ଏଥିପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ଗୁଣପୁରର ପୌର ପରିଷଦ ର ଉପାଧକ୍ଷ ଶିବ ପ୍ରସାଦ ( ସାନ ) ଗୌଡ଼ ଙ୍କୁ ଏହାର ଅଧିକ ଶ୍ରେୟ ତାଙ୍କର ବୋଲି ସମିତି ସଭ୍ୟ ବିଶ୍ୱନାଥ ଓ ସରପଞ୍ଚ ସୁଦାମ କହିଛନ୍ତି ଓ ସେମାନେ ମତ ବ୍ୟକ୍ତି କରିଛନ୍ତି ଜେ ବିଜେଡି ର ଏକ ଅଦୃଶ୍ୟ ଶକ୍ତି ମଧ୍ୟ୍ୟ ସାହାଯ୍ୟ କରିଛି ବୋଲି l

ଏହି ଅନାସ୍ଥାପ୍ରସ୍ତାବ ରେ ଅଧକ୍ଷା ପରାସ୍ତ ପରେ ଗୁଣୁପୁର ବିଧାୟକ ଙ୍କୁ ଏକ ଶକ୍ତ ଝଟକା ଲାଗିଛି ବୋଲି ପଦ୍ମପୁର ଉ ଗୁଡାରି ର ବହୁ ନେତା ଆଲୋଚନା କରୁଛନ୍ତି l ଗୁଡାରି ରାଜନୀତି ରେ ଏକ ନୁଆଁ ସମୀକରଣ ସୃଷ୍ଟି ହେବାକୁ ଯାଉଥିବା ର ଦେଖିବାକୁ ମିଳୁଛି l ଫଳାଫଳ ଘୋଷଣା ପରେ ବିଜେଡି ବିଜେପି ଆସନ୍ତୁଷ୍ଟ ବିଧାୟକ ଗୋଷ୍ଠି ଓ ସ୍ୱାଧୀନ ପ୍ରାର୍ଥୀ ମାନେ ଖୁଶୀ ବନାଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ