ଗୁଟିଙ୍ଗିଆ ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ.

ଗୁଟିଙ୍ଗିଆ ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ.

ଗୁଟିଙ୍ଗିଆ ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ…

କନ୍ଧମାଳ : ୨୩/୨୬(ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମରେ ଥିବା ହନୁମାନ ମନ୍ଦିର ପଡିଆ ଠାରେ ଦୁଇ ଦିନିଆ ହିନ୍ଦୁ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗୁଟିଙ୍ଗିଆ ହିନ୍ଦୁ ସମ୍ମିଳନୀ କମିଟି ର ସଭାପତି ବନୁ ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ପ୍ରବଚକ ଓଡିଶା ରାଜ୍ୟ ପରିବ୍ରାଜକ ଆର୍ଯ୍ୟସମାଜ ର ପୂଜ୍ୟ ସନ୍ଥ ଶ୍ରୀ ଆତ୍ମା ସରସ୍ଵତୀ, ପ୍ରବଚିକା ମୁକ୍ତି ସାଧନା ସେବାକେନ୍ଦ୍ର ଗିନ୍ଦାପାଙ୍ଗା ଆଶ୍ରମ ର ସନ୍ୟାସୀନି ସୁଶ୍ରୀ ମାନସୀ ଗଙ୍ଗା ଦେବୀ ଅନ୍ତମୁଖୀ, ମୁଖ୍ୟବକ୍ତା ଚକାପାଦ ଗୁରୁକୁଳ ଆଶ୍ରମ ପ୍ରଧାନ ଆଚାର୍ଯ୍ୟ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ଜିଲ୍ଲା ପୂର୍ବତନ ବୌଦିକ ର ପ୍ରମୂଖ ଜଗବନ୍ଧୁ ଦାସ, ଅତିଥି ଭାବେ ପୂର୍ବତନ କନ୍ଧମାଳ ଜିଲ୍ଲା ଆର୍ଯ୍ୟ ସମାଜ ସଭାପତି ତଥା ଗୁଟିଙ୍ଗିଆ କୁଇ ସମାଜ ସଭାପତି ବାଳକୃଷ୍ଣ ପ୍ରଧାନ,ପ୍ରବଚକ ଗୁଡ୍ରିକିଆ ତପବନ ଆଶ୍ରମ ର ବୈକୁଣ୍ଠ ଆଚାର୍ଯ୍ୟ, ସମ୍ମାନିତ ଭାବେ ସାମ୍ୱାଦିକ ବାଳକୃଷ୍ଣ କହଁର, ହରିକଥା ପ୍ରବଚିକା ସୁଶ୍ରୀ ଅନ୍ତିମ କହଁର, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜିଲ୍ଲା ପ୍ରଚାରକ ଶ୍ରୀମାନ କର୍ଣ୍ଣ ପ୍ରଧାନ, ଟିକାବାଲି କାର୍ଯ୍ଯଭାର ବାବୁନ୍ଦର ପ୍ରଧାନ ଙ୍କ ସହ ବିଶିଷ୍ଟ ଜ୍ଞାନି ବୁଦ୍ଧିଜୀବି ଯୋଗଦେଇଥିଲେ । ଏହି ସମ୍ମିଳନୀ କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟାଜନ କରାଯାଇଅଛି ।

ଏଥିରେ ସନାତନ ହିନ୍ଦୁ ସମାଜ କୁ ଏକାଠି କରିବା, ହିନ୍ଦୁ ଧର୍ମ, ସସ୍କୃତି, ପରମ୍ପରା, ପୂର୍ବପୁରୁଷ ରେ ଗଠିତ ହୋଇଥିବା କାର୍ଯ୍ୟ କଳାପ ତଥା ବିଭିନ୍ନ ସମୟରେ ହିନ୍ଦୁ ଲୋକମାନଙ୍କ ଉପରେ ଅତ୍ୟାଚାର, ଆକ୍ରମଣ,ବାରମ୍ବାର ଷଡ଼ଯନ୍ତ୍ର, ହିଦୁ ଙ୍କ ଉପରେ ଦୁର୍ବ୍ୟବହାର ଏପରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଦୂରରୁ ଆସିଥିବା ପ୍ରବଚକ ତଥା ସାଧୁସନ୍ଥ ମାନେ ଲୋକମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ କୁଟୁମ୍ବ ପ୍ରବନ୍ଧନ,ସ୍ୱ ଆଧାରିତ ଜୀବନ, ନାଗରିକ କର୍ତ୍ତବ୍ୟ,ହିନ୍ଦୁ ଧର୍ମ ଉପାସନା ଓ ଅର୍ ଏସ ଏସ୍ ଗଠନ, କାର୍ଯ୍ୟ,ଏପରି ସମାଜ ରେ ଅନ୍ୟ କୁ ସାହାଯ୍ୟ ସହଯୋଗ କରିବା , ଆରୋପକାରୀ, ଆଦର୍ଶ ନୀତି ପାଳନ କରିବା ଇତ୍ୟାଦି ପରାମର୍ଶ ଦେଇଥିଲେ। ଏହାକୁ କମିଟି ର ସଭାପତି ଵନୁ ପ୍ରଧାନ, ଉପ ସଭାପତି ଦିଲ୍ଲୀପ ପ୍ରଧାନ,ସମ୍ପାଦକ ସାଗର ବୁର୍ଗୀ, ସହ ସମ୍ପାଦକ ମିଥୁନ ପ୍ରଧାନ,କୋଷାଧ୍ୟକ୍ଷ ପିଣ୍ଟୁ ବେହେରା,ସହ କୋଷାଧ୍ୟକ୍ଷ ପ୍ରଦୀପ ବୁର୍ଗି,ଉପଦେଷ୍ଟା ପିତାମ୍ବର ନାୟକ, ସଦସ୍ୟ ରାମଚନ୍ଦ୍ର ପ୍ରଧାନ ଙ୍କ ସହ ସମସ୍ତ ସଦସ୍ୟ ତଥା ଗ୍ରାମବାସମାନେ ସହଯୋଗ କରିଥିଲେ।