ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

କନ୍ଧମାଳ:- ( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାର ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , କନ୍ଧମାଳର ଜାତୀୟ ସେବା ଯୋଜନା ପକ୍ଷରୁ ଆର୍ଗାଡିଠାରେ ଗତ ୨୪/୦୧/୨୦୨୬ ଠାରୁ ୩୦/୦୧/୨୦୨୬ ସପ୍ତାହେ ଧରି ଚାଲିଥିବା ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଦଲ କୁମାର ପଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଜାତୀୟସେବା ଯୋଜନାର ସଂଯୋଜକ ଶ୍ରୀ. ଶ୍ରବଣ କୁମାର ଗୌଡ଼ ଶିବିରକୁ ସଞ୍ଚାଳନ କରିଥିଲେ l ସ୍ୱତନ୍ତ୍ର ଶିବିର ରେ ମୁଖ୍ୟ ଅତିଥିଭାବେ ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସନ୍ତୋଷ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଘୁ. ଉଦୟଗିରି ଅଧ୍ୟକ୍ଷ ଡ଼ଃ . ରାଜକିଶୋର ପ୍ରଧାନ,ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶ୍ରୀଯୁକ୍ତ ସମ୍ପାଦକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ , ସଭାପତି ଶ୍ରଯୁକ୍ତ ହୁର୍ଦୟ କୁମାର୍ ପ୍ରଧାନ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପ୍ରଧାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଶୁଭଶ୍ରୀ ରାଉତ,ଶ୍ରୀ. ବିଭୁତି ସାହୁ,ଅଧ୍ୟାପିକା ସୁଶ୍ରୀ ସରିତା ସାହୁ,ସମାଜ ସେବୀ, ଶ୍ରୀଯୁକ୍ତ ସୁକାନ୍ତ ପ୍ରଧାନ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉକ୍ତ ଶିବିରରେ ୫୦ ଜଣ ସ୍ଵଚ୍ଛସେବୀ ବିଭିନ୍ନ ସାମାଜିକ ମୂଳକ କାର୍ଯ୍ୟ ତଥା ସଫେଇ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ l ଅତିଥି ମାନଙ୍କ ଦ୍ଵାରା ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଇବେରିୟାନ ଶ୍ରୀମତୀ ପୁଷ୍ପଲତା ସାହୁ, ଅଶୋକ କୁମାର ରାଉତ,ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନ, ସ୍ଵେଚ୍ଛାସେବୀ ଜ୍ୟୋତିଷ ପ୍ରଧାନ,ସରୋଜ ମଲ୍ଲିକ,କିରୋସ ବେହେରା , ସୁଧେସ୍ନା, ରିନିମା, ଭାବନୀ ପ୍ରମୁଖ ସହଯୋଗ କରିଥିଲେ ।