ଗାୟତ୍ରୀ ପରିବାରର ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ।

ଗାୟତ୍ରୀ ପରିବାରର ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ।

ଗାୟତ୍ରୀ ପରିବାରର ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ।

ସେମିଳିଗୁଡା.ତାରିଖ ୮,୪,୨୦୨୬,ଦାମନଯୋଡି ନିକଟସ୍ଥ ଭେଜାପୁଟଠାରେ ଗାୟତ୍ରୀ ପ୍ରଜ୍ଞାପୀଠ ଦ୍ବାରା ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀର ଆୟୋଜନ କରାଯାଇ ଥିଲା।। ଏହି ସମ୍ମିଳନୀରେ ମୂଖ୍ଯ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ଭାବରେ ଜୟପୁର ପ୍ରଜ୍ଞାପୀଠର ଜିଲ୍ଲା ମହିଳା ସଂଯୋଜିକା ସ୍ବାଧୀ ୠତୁମ୍ଭରା, ବିଜେଡି ନେତ୍ରୀ ଲତା ରାୟ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଯୋଗଦେଇ ଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ ମହିଳା ସଶକ୍ତିକରଣ, ମହିଳାଙ୍କ ଅସ୍ମୀତାର,ଆଧ୍ୟାତ୍ମିକ ବାତାବରଣରେ ଶିଶୁ ଲାଳନପାଳନ ପ୍ରଭୃତି ବିଷୟରେ କହିଥିଲେ।ଗାୟତ୍ରୀମାତାଙ୍କ ଆରାଧନା କରାଯାଇଥିଲା।ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ଯ ବିଚିତ୍ରାନନ୍ଦ ଧଳ, ବାଲ୍ମିକୀ ପ୍ରଧାନ,ଶ୍ରୀମତୀ ଧଳ,ଉଷାରାଣୀ,ସୂର୍ଯ୍ଯମିତା,ସରିତା ଭଉଣୀ କାର୍ଯ୍ୟକ୍ରମରେ ଭାଗ ନେଇ ଦିଗଦର୍ଶନ ଦେଇ ଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ମହିଳାମାନେ ଶହଶହ ସଂଖ୍ୟାରେ ଯୋଗଦେଇ ଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା। ପରମ ବନ୍ଦନୀୟା ମାତାଜୀଙ୍କ ଜନ୍ମ ଜୟନ୍ତୀ ଶତବାର୍ଷିକୀ ଓ ଅଖଣ୍ଡ ଦୀପଜ୍ବୋତିର ଶତବାର୍ଷିକୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା।