ଗାଇ କୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ।

ଗାଇ-କୁ-ମାରି-ଖାଇଲା-କିଏ-

ଗାଇ କୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ।

ଗଜପତି.୧୭/୩/୨୬(ମନୋଜ ପାଢ଼ୀ)ଗଞ୍ଜାମ,ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ଥିବା ଢେପାଗୁଡା ପଞ୍ଚାୟତ ର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଚାରିଦିନ ତଳେ କାଇଟିମା ଗାଁ ର ରୟାମ୍ ବେହେରା ଙ୍କ ଏକ ବଳଦ କୁ ଅଜଣା ବନ୍ୟଜନ୍ତୁ ଖାଇଥିଲା । ପୁଣି ଦୁଇଦିନ ତଳେ ବାରିଆଦରା ଗାଁ ର ମଙ୍ଗଳୁ ମଳିକ ଙ୍କ ଦୁଇ ଗୋରୁକୁ ଅଜଣା ଜନ୍ତୁ ଆକ୍ରମଣ ରେ ଆହାତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଏହି ଦୁଇ ଗାଁ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଥିବା ଲଖାରି ଅଭୟାରଣ୍ୟ ରେ ରହିଥିବା ରୁ ବନ ବିଭାଗ ଗୁରୁତ୍ୱ ଦେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗ୍ରାମବାସୀ ଗୋଟିଏ ପଟେ ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଟ୍ରାପ କେମେରା ଲଗାଇଥିଲେ ମଧ୍ୟ ସେଥିରେ କୌଣସି ବନ୍ୟଜନ୍ତୁ କିମ୍ୱା ବାଘର ଫୋଟ ଆସିନଥିଲା। ଏପରି କି ବାଘର କୌଣସି ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିନଥିଲା।

ଯାହାକୁ ନେଇ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ସୂଚନା ଦେଇଛନ୍ତି। ଗାଈଟିକୁ କିଏ ଖାଇଛି ତାହା ତଦନ୍ତ ଚାଲିଥିବା ବେଳେ କ୍ଷତି ପୂରଣ ଦାବୀ କରିଛନ୍ତି ଗାଈ ମାଲିକ।