ଗାଇବା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁରାତି 12.30 ରେ ପହଁଚିଲେ ଆରକ୍ଷୀ ଅଧିକ୍ଷକ ଏବଂ ଏସ ଡି ପି ଓ, ଶାନ୍ତି କମିଟି ଗଠନ କରି ଆଇ ଆଇ ସି ଙ୍କ ଉପସ୍ଥିତିରେ ଆପୋଷ ସମାଧାନ।
ଗଜପତି (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୁଇ ଗୋଷ୍ଟି ଭିତରେ ମୁହାଁ ମୁହିଁ ସୂଚନା ଅନୁଯାଇ ଗାଇବା ଖ୍ରିଷ୍ଟିଆନ ସାହି ରେ ନୂଆବର୍ଷ ପାଳନ କରିଲା ପରେ ନୂଆ ବର୍ଷର ଦୁଇ ତାରିଖ ଦିନ ସନ୍ଧ୍ୟା ସମୟରେ ଗ୍ରାମବାସି ଏକତ୍ର ହୋଇ ପ୍ରୀତି ଭଜନ କରିଥାନ୍ତି | ଏହି ପ୍ରୀତି ଭଜନ ଚାଲିଥିବା ସମୟରେ କେତେକ ଖ୍ରୀଷ୍ଟିଆନ ସାହିର ଯୁବକ ମାନେ ଓ ଓଡ଼ିଆ ସାହିର ଯୁବକ ମାନଙ୍କ ମଧ୍ୟରେ ଅଶାନ୍ତି ର ବାତାବରଣ ଆରମ୍ଭ ହେଲା ଅଶାନ୍ତି ର ମୁଖ୍ୟ କାରଣ ହେଲା ବୁଲେଟ ବାଇକ ର ସାଉଣ୍ଡ ଯେଉଁ ସାଉଣ୍ଡ ଲାଗି ଆଜି ଉଭୟ ଗଷ୍ଟି ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି | ଘଟଣା ସ୍ଥଳେ ସେରଙ୍ଗ ଥାନା ଅଧିକାରୀ ପ୍ରମଦ କୁମାର ଖଣ୍ଡୁଆଳ ଓ ଗାଇବା ପୋଲିସ ଫାଣ୍ଡି ଅଧିକାରୀ ରାମ କୃଷ୍ଣ ଦାସ ତୁରନ୍ତ ପହଁଞ୍ଚି ଅଶାନ୍ତି ଙ୍କୁ ନିୟନ୍ତ୍ରାଧୀନ କରିଥିଲେ | କିନ୍ତୁ ଏକ ମିଛ ଗୁଜବ ଜଗୁ ଏ ଘଟଣା ଏକ ବଡ଼ ଧରଣ ରୂପ ନେବାର ସମ୍ଭାବନା ଥିଲା କିନ୍ତୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏବଂ ଏସ ଡି ପି ଓ ମାଧବାନନ୍ଦ ନାୟକ ରାତି 12.30 ସମୟରେ ପହଁଞ୍ଚି ପୀଡ଼ିତ ଯୁବକ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଈ ଚିକିତ୍ସା କରାଇଲେ ଏବ ଆରକ୍ଷୀ ଅଧିକ୍ଷକ ମହାଶୟ ଉଭୟ ଗଷ୍ଟି ର ଭଦ୍ର ବ୍ୟକ୍ତି ମାନଙ୍କୁ 10 ଜଣ ଲାକି ଗାଇବା ପଲିସ ଫାଣ୍ଡିକୁ ଆସିବା କୁ କହିଲେ ଆଜି ଠିକ ଦିନ 11 ସମୟରେ ଉଭୟ ଗଷ୍ଟି ର ଲୋକମାନେ 10 ଜଣ ଲେଖାଏ ଫାଣ୍ଡି ରେ ପହଁଚିଲା ପରେ ଏସଡିପିଓ, ଗୁମ୍ମା ତହସିଲଦାର ସେରଙ୍ଗ ଥାନା ଅଧିକାରୀ ଏବଂ ଗାଇବା ଫାଣ୍ଡି ଅଧିକାରୀ ଗାଇବା ରାଜସ୍ପ ନିରୀକ୍ଷକ ବଳରାଜ ସାହାଣୀ ନେତୃତ୍ୱ ରେ ଉଭୟ ଗଷ୍ଟି କୁ ବସାଇ ଗୁମ୍ମା ତହସିଲଦାର ଶରତ ଶବର ଉଭୟ ଗଷ୍ଟି ର ମତାମତ ରଖିବାକୁ କହିଲେ ଖ୍ରୀଷ୍ଟିଆନ ସାହିର ପାଉଲ ପାଣି ରାଜ ରାସ୍ତା ସମସ୍ୟା ଜଣେଇଲେ ଏବଂ ମଦ ବିକ୍ରି ଲାଗି ଏ ସମସ୍ୟା ହଉଛି ବୋଲି କହିଲେ ଓଡ଼ିଆ ସାହିର ବିକ୍ରମ ପୂଜାରୀ ଏବଂ ସୁରେଶ ପୂଜାରୀ ଧର୍ମ କୁ ନେଇ କୌଣସି ସମସ୍ୟା ନାହିଁ କେତେକ ଯୁବକ ମାନେ ମଦ ପିଇବା ପରେ ସାହି ଭିତରେ ଯେଉଁ ଭଳି ବାଇକ ଚଲେଇ ସାଉଣ୍ଡ କରି ଯେଉଁ ଦୁର୍ବ୍ୟବହାର ହେଉଛନ୍ତି ଏ ବିଷୟ ନେଇ ଚିନ୍ତା ପ୍ରକାଶ କରିଲେ ଏସଡିପିଓ ମାମଲା ରୁଜୁ କରିବାକୁ କହିଲେ କିନ୍ତୁ ଉଭୟ ଗୋଷ୍ଠୀ କଥା ଆଗକୁ ନ ବଢ଼ାଇ ସମାଧାନ କରିବା ପାଇଁ ରାଜି ହେଲେ. | ଏସଡିପିଓ, ତହସିଲଦାର ଏବଂ ସେରଙ୍ଗ ଥାନା ଅଧିକାରୀ ଉଭୟ ଗଷ୍ଟି କୁ ବସାଇ ଉଭୟ ଙ୍କ ମତାନ୍ତରେ କେତେକ ଚୁକ୍ତିନାମା କରି ଉଭୟ ଗଷ୍ଟି କୁ ସମାଧାନ ବା ରାଜିନାମା କରାଇଲେ ।

