ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା ।

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା ।

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା ।

ଗଜପତି,୧୧ା୩(ମନୋଜ ପାଢ଼ୀ): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ମହିଳା ଘରେ ସନ୍ତାନ ପ୍ରସବ କରିଛନ୍ତି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ସଦରମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ହୁଏରି ଗାଁରେ। ୩୦ ପରିବାର ଏହି ଗାଁରେ ବସବାସ କରୁଥିବା ବେଳେ ୧୨୦ରୁ ଊଦ୍ଧର୍‌ବ ଲୋକ ଅଛନ୍ତି। ଗାଁରେ ମୁଖ୍ୟ ସମସ୍ୟା କହିଲେ ରାସ୍ତା ସମସ୍ୟା। ପାହାଡ଼ିଆ ପଥୁରିଆ ରାସ୍ତା ଗାଁକୁ ଏକ ମାତ୍ର ସାହା ଭରସା। ମୋହନା ସହରଠାରୁ ଗାଣ୍ଡାପଦର ଗାଁ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ କରୁଥିବା ବେଳେ ଗାଣ୍ଡାପଦରଠାରୁ ହୁଏରୀ ଯିବାକୁ ହେଲେ ଘାଟି ରାସ୍ତା ହୋଇଥିବାରୁ ଗାଡ଼ି ଯାଇ ପାରୁନାହିଁ। ଯାହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଗାଁର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକ ପ୍ରସବ ବେଦନା ହୋଇଥିଲା। ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥଲେ। ହେଲେ ରାସ୍ତା ଖରାପ ହେତୁ ଗାଁକୁ ଯାଇ ପାରି ନ ଥିଲା। ଶେଷରେ ବିଳମ୍ବିତ ରାତିରେ ନିଜ ଘରେ ଚନ୍ଦ୍ରିକା ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଆଜି ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ଦୁଇ କିଲୋମିଟର ଖଟିଆରେ ଭାର କରି ମୋହନା ମେଡିକାଲରେ ଚିକିତ୍ସା କରାଇଥିଲେ।