ଗର୍ଭଣା ଗ୍ରାମବାସୀ ଙ୍କ ତରଫରୁ ଦୁର୍ଗତ ମାନବର ବନ୍ଧୁ ଡାକ୍ତର ଶିଶିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ବରଗତ – ୦୫,୦୪-(ଭବାନୀ ଶଙ୍କର ପାଢ଼ୀ ) ବରଗତ ଜିଲ୍ଲା ସୋହେଲା ଗର୍ଭଣା ଜୟ ଦୁର୍ଗା କ୍ଳବ ପ୍ରାଙ୍ଗଣରେ ସନ୍ଧ୍ୟା ରେ ପ୍ରଥମେ ଡାକ୍ତର ଶିଶିର ସାହୁ ଙ୍କ ଫୋଟୋ ଚିତ୍ର ରେ ପୁଷମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ll ସ୍ଵର୍ଗତ ଡାକ୍ତର ସାହୁ ଙ୍କ ଅମ୍ଲାନ ସ୍ମୃତି ରେ ଏକ ମିନିଟ ନୀରବ ପ୍ରାର୍ଥନା ସମବେତ ଗ୍ରାମବାସୀ ଙ୍କ ତରଫରୁ କରାଯାଇଥିଲା ll ଜଣେ ଦରଦୀ ଜନପ୍ରିୟ ଡାକ୍ତର ଭାବେ ତାଙ୍କ ର ଶୂନ୍ୟସ୍ଥାନ ସହଜେ ପୂରଣ ହୋଇପାରିବ ନାହିଁ ବୋଲି ଉପସ୍ଥିତ ଗ୍ରାମବାସୀ ମତ ପ୍ରକାଶ କରିଥିଲେ ଏବଂ ଯଦି ପୁନର୍ଜନ୍ମ ପ୍ରକୃତ ରେ ଅଛି ଏବଂ ଆତ୍ମା ଅବିନାଶି ବୋଲି ଶାସ୍ତ୍ର କହୁଛି, ତେବେ ଡାକ୍ତର ଶିଶିର ସାହୁ ପୁଣି ଆମ ଅଂଚଳ ରେ ଜନ୍ମ ନିଅନ୍ତୁ ଏବଂ ଯୁଗେ ଯୁଗେ ଡାକ୍ତର ଶିଶିର ସାହୁ ଙ୍କ ପରି ଅନନ୍ୟ ବ୍ୟକ୍ତିତ୍ୱ ଙ୍କ ର ସମାଜ ପାଇଁ ଆବଶ୍ୟକତା ରହିଛି ବୋଲି ବିଭିନ୍ନ ବ୍ୟକ୍ତି ମତପୋଷଣ କରିଥିଲେ ll ଶ୍ରଦ୍ଧାଞ୍ଜଳି ସଭା ରେ ଗିରିଜାଶଙ୍କର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ ଓ ଭାବଗ୍ରାହୀ ସାହୁ, ସୁଦାମ ପଧାନ, ସୁରେଶ ପଧାନ, ପ୍ରହଲ୍ଲାଦ ସାହୁ, ଡବଲ ସାହୁ, ଶ୍ରୀମୁଖ ନାଏକ, ଯଦୁମଣି ସାହୁ, ଯୁଧିଷ୍ଠିର ସାହୁ, ମୁକେଶ ଆଚାର୍ଯ୍ୟ, କୈଳାଶ ସାହୁ, ବସୁ ନାଏକ, ସୁରେଶ୍ୱର ଭୋଇ, ତପୋଧନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ll ପରିଶେଷ ରେ ନୀତିଶ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ ll
