ଗଡ଼ର ଗାଁରେ ଏଡ୍ସ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ।

ଗଡ଼ର ଗାଁରେ ଏଡ୍ସ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ।

ଗଡ଼ର ଗାଁରେ ଏଡ୍ସ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ।

ଗଜପତି,୬.୪(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ସ୍ଥିତ ଗଡର ଗ୍ରାମରେ ବିଙ୍ଗ ଇଣ୍ଡିଆନ ଫାଉଣ୍ଡେସନ ଓ ସେବାଧାରା ଫାଉଣ୍ଡେସନ ତରଫରୁ ଏଡ୍ସ ସଚେତନତା ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଙ୍ଗ ଇଣ୍ଡିଆନ ଫାଉଣ୍ଡେସନ ପକ୍ଷରୁ ଡ଼ା. ସନ୍ତୋଷ ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଏଡ୍ସ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏବଂ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଗଡର ଓ ପାଖପାଖି ଅଞ୍ଚଳର ଶତାଧିକ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନର ଲାଭ ନେଇ ଥିଲେ। ଏହା ସହିତ ଜନସାଧାରଣଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ କରାଯାଇଥିବା ସହ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟୀ (OSACS) ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲା।କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ବିଙ୍ଗ ଇଣ୍ଡିଆନ ଫାଉଣ୍ଡେସନ ଓ ସେବାଧାରା ମିଳିତ ତରପକ୍ଷରୁ ଡ଼ା. ସତ୍ୟପ୍ରକାଶ ମିଶ୍ର, ଅଭିନାଶ ପ୍ରଧାନ ଓ ମହେଶ ପାଇକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।