ଗଞ୍ଜେଇ ବିରୋଧୀ ଅଭିଯାନରେ ସଫଳତା ଏସ୍ପିଙ୍କ ସମେତ ୪ ପୁଲିସ୍ ଅଧୂକାରୀଙ୍କୁ ସମ୍ମାନିତ କଲେ ଡିଜିପି ।ଗଜପତି,୨୦.୩(ମନୋଜ ପାଢ଼ୀ)-: ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାରେ ସଫଳତା ପାଇଁ ଗଜପତି ଏସ୍ପି ଓ ଜିଲ୍ଲାର ୨ ଥାନା ଓ ଗୋଟିଏ ଫାଣ୍ଡିର ପୁଲିସ ଅଧିକାରୀଙ୍କୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମ୍ମାନିତ କରିଛନ୍ତି। ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ଓ ୪ ଅଧିକାରୀ ହେଲେ ଆର୍. ଉଦୟଗିରି ଥାନାର ଏସ ଆଇ ସ୍ବାମ୍ନାରାଣୀ ବେହେରା ଓ ଏସ୍ଆଇ ସନ୍ଦୀପହେମ୍ବ୍ରମ, ମୋହନା ଥାନାର ଏସ୍ଆଇ ପଙ୍କଜ ଦାସ ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ । ସୂଚନା ପ୍ରକାରେ ଉପରୋକ୍ତା ଥାନା ଓ ଫାଣ୍ଡି ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷଠାରୁ ଆରମ୍ଭ କରି ବ୍ୟାପକ ଗଞ୍ଜେଇ ଚାଲାଣ ହେଉଛି । ଏସପିଙ୍କ ନେତୃତ୍ବରେ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ପାଇଁ ଧରପଗଡ଼କୁ ବ୍ୟାପକ କରାଯାଇଥିଲା। ଗଞ୍ଜେଇ ଚାଷ ନଷ୍ଟ ସହ ଜବତ କରିବାରେ ବହୁ ମାତ୍ରାରେ ସଫଳତା ମିଳିଥିଲା । ଯାହାକୁ ଦୃଷ୍ଟିରେ ରଖ୍ ପୁଲିସ ଡିଜିପି ସେମାନଙ୍କୁ ରାଜ୍ୟ ପୁଲିସ ଭବନରେ ସମ୍ମାନିତ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନିଲକାନ୍ତ ମହନ୍ତି, ଆର ଉଦୟଗିରି ଏସଡିପିଓ ରାକେଶ ସାହୁ, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ସହ ପୁଲିସ ପଦାଧୀକାରୀ ଓ କର୍ମଚାରୀ ସମ୍ମାନିତ ହୋଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଗଞ୍ଜେଇ ବିରୋଧୀ ଅଭିଯାନରେ ସଫଳତା ଏସ୍ପିଙ୍କ ସମେତ ୪ ପୁଲିସ୍ ଅଧୂକାରୀଙ୍କୁ ସମ୍ମାନିତ କଲେ ଡିଜିପି ।
