ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ହମିରପୁର ଜିଲା ମଉଦାହା ଥାନା ହୁସେରଗଞ୍ଜର ଶାନି କୁମାର ବୋଲି ଜଣାପଡିଛି। ସୂଚନା ଅନୁସାରେ, ନୂଆପଡ଼ା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ବିଶ୍ଵସ୍ତସୂତ୍ରରୁ ଖବର ପାଇ ରେଲୱେ ଫାଟକ ପାଖରେ ଚଢ଼ଉ କରି ଶାନି କୁମାରକୁ ଗିରଫ କରିଥିଲେ । ତା’ ନିକଟରୁ ବିଭାଗ ପକ୍ଷରୁ ୧୦ କିଲୋଗ୍ରାମ ଚୋରା ଚାଲାଣ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଅବକାରୀ ସବ୍ ଇନ୍ସପେକ୍ଟର ଅଲେଖ ପୁଟେଲ, ଅବକାରୀ ସହ ସବଇନ୍ସପେକ୍ଟର ଗୁପ୍ତେଶ୍ବର ପଟେଲ, କନେଷ୍ଟବଳ କ୍ଷେତ୍ରମଣି ବାଗ, ଗିରେନ କଟା, ଭଗବାନ ହଂସ, ପ୍ରମିଳା କୈବର୍ତ,ଅଶୁତୋଶ ନାଏକ ପ୍ରମୁଖ ସାମିଲ ଥିଲେ ।
Related Posts

କାର ବାଇକ୍ ମୁହା ଧକ୍କା, ପ୍ରିଜାଇଡିଙ୍ଗ ଅଧିକାରୀ ଘଟଣା ସ୍ଥଲେ ମୃତ୍ୟୁ
*ତରବୋର୍ଡ ଗ୍ରାମ ନିକଟସ୍ଥ ଫଣ୍ଡେଲ ନଳା ପାଖରେ ସଡ଼କ ଦୁର୍ଘଟଣା,ନିର୍ବାଚନ ମତଦାନ ସାରି ସାମଗ୍ରୀ ଜମା ଦେଇ ଫେରୁଥିବା ବେଳେ କାର ବାଇକ୍ ମୁହା ଧକ୍କା, ପ୍ରିଜାଇଡିଙ୍ଗ…

ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ
ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ ନୂଆପଡା :୩୧.୦୫. ( ଓମ୍ ପ୍ରକାଶ…

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଗୁରୁତ୍ୱପୂର୍ଣ୍ଣ ପରିଷଦ ବୈଠକ
*ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଗୁରୁତ୍ୱପୂର୍ଣ୍ଣ ପରିଷଦ ବୈଠକ** ନୂଆପଡା,17/06(ଓମ ପ୍ରକାଶ ଚୌଧୁରୀ )*ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୋଷାଧ୍ୟକ୍ଷ…