ଗଞ୍ଜାମ ଜିଲ୍ଲା ମଥୁରା ଓ ଚିରିକିପଡା ଶାସନ ମଣ୍ଡଳରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହାଅଭିଯାନ।ପୋଲସରା : ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଥୁରା ଓ ଚିରିକିପଡା ଶାସନ ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ମାଁ ସିଂହାସନୀଙ୍କ କଲ୍ୟାଣ ମଣ୍ଡପ ଓ ଚିରିକିପଡା ଶାସନ କଲ୍ୟାଣ ମଣ୍ଡପ ଠାରେ ଉଭୟ ମଣ୍ଡଳର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଅନ୍ତ୍ୟୋଦୟ ଓ ଏକାତ୍ମ ମାନବତାବାଦୀ ଚିନ୍ତାଧାରା ଆମ ଭାରତୀୟ ଜନତା ପାର୍ଟିର ମୂଳ ଆଦର୍ଶ ଯାହା ଆମକୁ ଗ୍ରାମୀଣସ୍ତରରୁ ଜନସେବାରେ ନିୟୋଜିତ ହେବାର ପ୍ରେରଣା ଦେଇଥାଏ। ଏହି ମହାଅଭିଯାନ କାର୍ଯ୍ୟକର୍ତ୍ତାମାନଙ୍କୁ ଆଦର୍ଶ, ଶୃଙ୍ଖଳା ଓ ସଂଗଠନ ଶକ୍ତିକୁ ଆହୁରି ସଶକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବୁଝାଇଥିଲେ। ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ମଥୁରା ଓ ଚିରିକିପଡା ଶାସନ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଇ। ପଣ୍ଡିତଜୀଙ୍କ ଆଦର୍ଶକୁ ଅନୁସରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ତଥା ଜନସେବାରେ ଆମେ ସମସ୍ତେ ନିୟୋଜିତ ହେବା ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ଉନ୍ନୟନ ପରିଷ ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ନାରୀନେତ୍ରୀ ଜୟନ୍ତୀ ପଢିଆରୀ,ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଜେନା,ଚିରିକିପଡା ଶାସନ ମଣ୍ଡଳ ସଭାପତି କାହ୍ନୁଚରଣ ଦାସ,ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ, ରଘୁନାଥ ଭୂୟାଁ, ପୀତାମ୍ବର ବେହେରା, ଗୀତାଞ୍ଜଳି ନାୟକ, ମହେଶ୍ୱର ପରିଡ଼ା, ସୁନୀଲ ପାଢ଼ୀ, ମନୋରଞ୍ଜନ ଗୌଡ଼, ରଘୁନାଥ ପଣ୍ଡା, ପୀତବାସ ପ୍ରଧାନ, ପୃଥିବୀରାଜ ଭଞ୍ଜଦେଓ, ରଘୁନାଥ ପ୍ରଧାନ ସମେତ ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ମଥୁରା ଓ ଚିରିକିପଡା ଶାସନ ମଣ୍ଡଳରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହାଅଭିଯାନ।
