ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ପାନୀୟ ଜଳ ପାଇଁ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା ଓ ପୁରୁଷ ।
ଗ୍ରୀଷ୍ମ ଋତୁରେ ବିଭିର୍ଣ୍ଣ ଅଞ୍ଚଳରେ ଦେଖାଦିଏ ପାଣି ସମସ୍ୟା । ଯାହାଫଳରେକି ପଶୁଷକ୍ଷୀମାନଙ୍କ ଠାରୁ ଆରମ୍ଭ କରି ମଣିଷ ଯର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ । ପାନୀୟଜଳ ଯୋଗାଇ ଦେବା ପାଇଁ ମୋଟ ପଚିଶ ହଜାରରୁ ଉର୍ଦ୍ଧ୍ବ କ୍ଷମତା ବିଷଷ୍ଟ ଏଗାରଟି ଟାଙ୍କି ନିର୍ମାଣ କରାଯାଇଛି । ତଥାପି ଏହି ଦୁଇଟି ଓ୍ବାର୍ଡରେ ଦେଖା ଦେଉଛି ପାନୀୟଜଳ ସଙ୍କଟ । ଯାହାକି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛ । କିନ୍ତୁ ଭୁବନ ଜନସ୍ବାସ୍ଥ୍ୟ ବିଭାଗ ମୂଖ୍ୟ ଯନ୍ତ୍ରୀ ସୋନାଲୀ ସାହୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ନଦେଇ ନାଲି ଆଖି ଦେଖାଉଛନ୍ତି । ସୂଚନାଥାଉ କି ଯେକୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ମିନିମମ୍ ଛଅ ବର୍ଷରେ ଅନ୍ୟତ୍ର ବଦଳି ହୋଇଥାଆନ୍ତି । କିନ୍ତୁ ଏହି ମହିଳା ମୂଖ୍ୟ ଯନ୍ତ୍ରୀ ସୋନାଲୀ ସାହୁ କିପରି ଏହି କାର୍ଯ୍ୟାଳୟରେ ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ହେବ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମୂଖ୍ୟ ଯନ୍ତ୍ରୀ ଓ୍ବାର୍ଡ ବାସିନ୍ଦାଙ୍କୁ ସମୟ ମାଗିଥିବା ଜଣାପଡିଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ
