ଗଞ୍ଜାମ ଜିଲ୍ଲା ଧରାକୋଟ ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l

ଗଞ୍ଜାମ ଜିଲ୍ଲା ଧରାକୋଟ ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l

ଗଞ୍ଜାମ ଜିଲ୍ଲା ଧରାକୋଟ ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l
ଆସିକା;( ୨/୪/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ତହସିଲ ଅନ୍ତର୍ଗତ ଆମ୍ବଡା ବଣ ପଥର କୁଆଁରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ବାହାରପୁର ପଞ୍ଚାୟତ ର ଗୋପାଳପୁର ଓ ମାଧପୁର ଗାଁ ଲୋକେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇ ଗାଁ ନିକଟରେ ରହିଥିବା ଆମ୍ବଡା ବଣ ପଥର କୁଆରୀ ରେ ପଥର ଉତ୍ତୋଳନ ବେଳେ ବ୍ଲାଷ୍ଟିଂ କରାଯାଉଥିବା ଯୋଗୁଁ ସେମାନଙ୍କ ବାସଗୃହ ଗୁଡିକରେ ଫାଟ ସୃଷ୍ଟି ହେଲାଣି । ଏଣୁ ସେମାନଙ୍କ ଜୀବନ ଜୀବିକା ର ନିରାପତ୍ତା ଦୃଷ୍ଟିରୁ ଏହି ପଥର କୁଆରୀ କୁ ଚଳିତ ବର୍ଷ ଲିଜ ନଦେବା ପାଇଁ ଉଭୟ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ,ଭଞ୍ଜନଗର ଉପ ଜିଲ୍ଲାପାଳ,ଖଣି ଅଧିକାରୀ,ଉପଖଣ୍ଡ ପୋଲିସ ଅଧିକାରୀ,ବଡଗଡ ଥାନା ଅଧିକାରୀ ଓ ଧରାକୋଟ ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣା ସମ୍ପର୍କରେ ତହସିଲଦାର ଜିଲ୍ଲା ଖଣି ଅଧିକାରୀ ଙ୍କ ନିକଟରେ ଅଭିଯୋଗ ଦାଖଲ ପାଇଁ ଗ୍ରାମବାସୀ ମାନଙ୍କୁ କହିଥିବା ଜଣାଯାଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ