ଗଞ୍ଜାମ ଜିଲ୍ଲା ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ
ଆସିକା:(୫/୪/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜଗମୋହନ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ ଙ୍କ ପୌରୋହିତ୍ୟ ଓ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜଗମୋହନ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷା ଅନୁନିରୀକ୍ଷକ ନୀଳାଚଳ ସାହୁ ମୁଖ୍ୟଅତିଥି ଏବଂ ସମାଜସେବୀ ତଥା ଶିକ୍ଷାବିତ୍ ପ୍ରମୋଦ କୁମାର ମହାରଣା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଲ୍ଲଭ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନିଜ ପିଲାଙ୍କୁ ସରକାରୀ ବିଦ୍ଯାଳୟରେ ନାମ ଲେଖାଇବା ସହ ନିୟମିତ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମହାଶୟା ବିଦ୍ଯାଳୟରେ ଶିଶୁ ମାନଙ୍କ ଶିକ୍ଷଣ ପାଇଁ ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସହକାରୀ ଶିକ୍ଷକ କାଳୁଚରଣ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହ ଉପସ୍ଥିତ ଅଭିଭାବକ ମାନଙ୍କୁ ଶପଥ ପାଠ କରାଇଥିଲେ। ଶିକ୍ଷକ ରାମନାଥ ପଢିଆରି, ଅରୁସୁଲୁ ସେଠୀ, କ୍ରିଷ୍ଣା ଚନ୍ଦ୍ର ସ୍ୱାଇଁ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା,ସୁଷମା ସାହୁ,ରୋଜାଲିନ୍ ପଟ୍ଟନାୟକ,ଦିପ୍ତିରାଣୀ ପାତ୍ର ନୂତନ ଶିଶୁଙ୍କୁ ସ୍ୱାଗତ କରିବା ସହ ଖଡ଼ି ଛୁଆଁଇ ଥିଲେ।ଏହି ଅବସରରେ ବାର୍ଷିକ କ୍ରୀଡ଼ା ଓ ବାର୍ଷିକ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କାର ପ୍ରଦାନ କରଯାଇଥିଲା। ଏଥିରେ ଶିକ୍ଷକ ସନ୍ତୋଷ କୁମାର ସାହୁ,ଗିରିଧାରୀ ନାୟକ,କ୍ରୀଡ଼ା ଶିକ୍ଷକ ଜଗବନ୍ଧୁ ଦଳାଇ ଓ ଶିକ୍ଷୟିତ୍ରୀ ବାଣୀଶ୍ରୀ ଶତପଥୀ ସହଯୋଗ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
