ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ବିଭାଗ ପକ୍ଷରୁ ଚଢାଉ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ବିଭାଗ ପକ୍ଷରୁ ଚଢାଉ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ବିଭାଗ ପକ୍ଷରୁ ଚଢାଉ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)କେନ୍ଦ୍ର ସରକାରଙ୍କ ଇଡି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ସହ କଟକ ଓ ଭୁବନେଶ୍ୱରରେ ଚଢ଼ାଉ ଜାରି ରହିଛି। ଏହି ଭଳି ଚଢ଼ାଉ ବିଶେଷ କରି ଠିକାଦାର,ମଦ ବ୍ୟବସାୟୀ ଓ ବାଲି ମାଫିଆ ମାନଙ୍କ ଘରେ ଚଢ଼ାଉ କରିଛନ୍ତି।

ଏହି ଚଢାଉ କାର୍ଯ୍ୟକ୍ରମ ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ଠିକାଦାର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ୍ ପାଢ଼ୀ, ଆସ୍କା ଅଞ୍ଚଳର ମଦ ବ୍ୟବସାୟୀ ଭଗବାନ ସାହୁ, ବ୍ରହ୍ମପୁର ବିଜିପୁର ଅଞ୍ଚଳର ବିଶ୍ଵଜିତ ପାତ୍ର, ସୁନୀଲ ପାତ୍ର ଓ ପୁରୁଷୋତ୍ତମ ପୁର ଅଞ୍ଚଳର ବାଲି ଘାଟ ବ୍ୟବସାୟୀ କୃପାସିନ୍ଧୁ ମୁଦୁଲି ଙ୍କର ବିଭିନ୍ନ ସ୍ଥାନରେ ଥିବା ଘର ଏବଂ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ ଜାରି ରହିଛି.!

ବିଶେଷ କରି ହୃଷିକେଶ ପାଢ଼ୀ ଙ୍କ ଘରେ ଚଢ଼ାଉ ବେଳେ ତାଙ୍କ ଘରେ ଏକ ଟଙ୍କା ଭର୍ତ୍ତି ଆଲମାରୀ ଦେଖି ବିଭାଗୀୟ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବର୍ତ୍ତମାନ୍ ସୁଦ୍ଧା ଚଢ଼ାଉ ଜାରି ରହିଥିବା ଜଣାପଡିଛି।