ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମ ଠାରେ ଚାଷୀମାନଙ୍କ ବିଭିନ୍ନ ଦାବି କୁ ନେଇ ଚାଷୀଙ୍କ ସମାବେଶ ଅନୁଷ୍ଠିତ ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମ ଠାରେ ଚାଷୀମାନଙ୍କ ବିଭିନ୍ନ ଦାବି କୁ ନେଇ ଚାଷୀଙ୍କ ସମାବେଶ ଅନୁଷ୍ଠିତ ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମ ଠାରେ ଚାଷୀମାନଙ୍କ ବିଭିନ୍ନ ଦାବି କୁ ନେଇ ଚାଷୀଙ୍କ ସମାବେଶ ଅନୁଷ୍ଠିତ ।ଗଜପତି:୨୫/୧୨(ମନୋଜ ପାଢ଼ୀ) ଗଜପତି ଜିଲ୍ଲାର ଉପଲଡ଼ା ଗ୍ରାମଠାରେ ଥିବା ମଣ୍ଡି ପରିସରରେ ନବନିର୍ମାଣ କୃଷକ ସଙ୍ଘଠନ ଦ୍ୱାରା ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସରକାରଙ୍କୁ ସମାଲୋଚନା କରି କୁହାଯାଇଛିଯେ ଚାଷୀଙ୍କ ଦାବିକୁ ସରକାର ଉପେକ୍ଷା କରୁଛନ୍ତି ।

କୃଷି ଦ୍ୱାରା ଆଦାୟ ହେଉଥିବା ଫସଲର ଉଚିତ ମୂଲ୍ୟ ମିଳୁନାହିଁ. ମୋଟାମୋଟି ଭାବେ କୃଷି ଓ କୃଷକର ସୁରକ୍ଷା ଓ ସ୍ୱାର୍ଥରକ୍ଷାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ସଂଘଠନର ପ୍ରତିନିଧିମାନେ ଅଭିଯୋଗ କରି କହିଛନ୍ତିଯେ ଏମଏସପି ନାମରେ ଧାନ ମଣ୍ଡିରେ କଟନୀ ଚଟନୀ ନାମରେ ଚାଷୀଙ୍କୁ ହଇରାଣ କରିବା ବନ୍ଦ କରାଯାଉ, ଗଜପତି ଜିଲ୍ଲାରେ କପା ଓ ମକା ମଣ୍ଡି ଖୋଲାଯାଉ, ଧାନ ବିକ୍ରି ବେଳେ ଅଖାର ମୂଲ୍ୟ ସହ ପରିବହନ ଖର୍ଚ୍ଚ ପ୍ରଦାନ କରାଯାଉ ବୋଲି ନବ ନିର୍ମାଣ କୃଷକ ସଙ୍ଘଠନର ଏହି ସମାବେଶରେ ଦାବି କରାଯାଇଛି ।

ଏହି ସମାବେଶକୁ ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ୍ ପଟ୍ଟନାୟକଙ୍କ ଅଧ୍ଯକ୍ଷତା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଦଣ୍ଡାସୀ ଖଣ୍ଡୁଆଳ, ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏସ. ଵାଲାରାଜୁ ପ୍ରମୁଖଙ୍କ ସହ ବହୁ ଚାଷୀ, କୃଷକ ଯୋଗ ଦେଇଥିଲେ ।