ଗଜପତି ଜିଲ୍ଲାର କୁଆ ପଥର ଓ ବଜ୍ରପାତରେ ଜଣେ ମୃତ୍ୟୁ ।

ଗଜପତି ଜିଲ୍ଲାର କୁଆ ପଥର ଓ ବଜ୍ରପାତରେ ଜଣେ ମୃତ୍ୟୁ ।

କାଳ ବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷ ସହ ଘଡ଼ଘଡ଼ି , କୁଆ ପଥର ଓ ଜଣେ ବଜ୍ରପାତରେ ମୃତ୍ୟୁ ।ଗଜପତି,୧୯.୩(ମନୋଜ ପାଢ଼ୀ):- ଦିର୍ଘ ଦିନର ବ୍ୟବଧାନ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କାଳ ବୈଶାଖୀ ପ୍ରଭାବରେ ଜିଲ୍ଲାର ଗୋଷାଣୀ,କାଶୀନଗର , ଗୁମ୍ମା ଅଞ୍ଚଳରେ ବିକ୍ଷିପ୍ତ ଭାବେ ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ଘଡ଼ଘଡ଼ି , କୁଆ ପଥର ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ମଧ୍ୟାହ୍ନରେ ଦିର୍ଘ ସମୟ ଧରି ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ସେହି ସମୟରେ ବଜ୍ରାଘାତରେ ଜଣକର ଜୀବନ ଯାଇଛି। ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ କଳାକୋଟ ଗ୍ରାମର ୫୫ ବର୍ଷିୟ ରବିନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ବର୍ଷା ଘଡଘଡି ଲାଗି ରହିଥିବା ବେଳେ ନିଜ ଗାଈ ଆଣିବା ପାଇଁ ରବୀନ୍ଦ୍ର ଗାଁ ପାଖ ବିଲ ପଡ଼ିଆକୁ ଯାଇଥିଲେ ସେହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଭୀଷଣ ଜୋରରେ ଏକ ଶବ୍ଦ ସହ ଘଟଣା ସ୍ଥଳରେ ଟଳି ପଡିଥିଲେ , ରବୀନ୍ଦ୍ରଙ୍କୁ ଗୁରୁତ୍ୱର ଭାବେ ଉଧାର କରି ଗାଁ ଲୋକେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଡାକ୍ତର ଆଲୋକ ବିଶ୍ୱାଳ ରବୀନ୍ଦ୍ରଙ୍କ ମୃତ୍ୟୁ ଘୋଷଣା କରିଥିଲେ।ଖବର ପାଇ ସେରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ ନଂ ୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପାଣିପାଗ ବିଭାଗର ସତର୍କ ସୂଚନା ନପାଇପରି ସଚେତନ ଅଭାବରୁ ନିୟମିତ ଭାବେ ବଜ୍ରପାତର ସଂଖ୍ୟା ବୃଦ୍ଧି ଯୋଗୁଁ ବଜ୍ରପାତରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼଼ି ବଢ଼଼ି ଚାଲିଛି।

ଏନ୍‌‌ସିଆର୍‌‌ବି ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ବଜ୍ରପାତରେ ରାଜ୍ୟରେ ୨୯୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯ରେ ୨୦୦ ଜଣ, ୨୦୨୦ରେ ୧୫୬ ଜଣ, ୨୦୨୧ରେ ୨୮୭ ଜଣ, ୨୦୨୨ରେ ୨୧୪ ଜଣ ଏବଂ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ସଚେତନତା ଛଡ଼ା ବଜ୍ରପାତର ମୁକାବିଲା ପାଇଁ ସେପରି କିଛି ଉପାୟ ନଥିବାରୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣ କରାଯାଇ ପାରୁନାହିଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ଏନେଇ ରବୀନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ମାନତ ଶବର,ଅଗଷ୍ଟ ଗମାଙ୍ଗ,ଜୁଏଲ ଗମାଙ୍ଗ ଓ ତାବନ ଗମାଙ୍ଗ।