ଗଜପତି ଉତ୍ସବ ୨୦୨୫ ଉଦଘାଟିତ ; ଉତ୍ସବରେ ପାଦ ପଡିଲାନି ମନ୍ତ୍ରୀଙ୍କ ।
ଗଜପତି, (ମନୋଜ ପାଢ଼ୀ)ବହୁ ପ୍ରତିକ୍ଷିତ ଗଜପତି ଉତ୍ସବ ୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହା ଆଡମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି । ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ପରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳା ପୌରଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଗଜପତି ଉତ୍ସବ ପ୍ରାରମ୍ଭ ରୁ ହିଁ ଜିଲ୍ଲା ଓ ଜିଲ୍ଲାବାସୀଙ୍କୁ ରାଜ୍ଯ ସରକାର ଙ୍କ ନେତୃତ୍ବ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି । ଏହା ଜିଲ୍ଲା ପ୍ରଶାସନ ନା ଉତ୍ସବର ଭିନ୍ନ ଭିନ୍ନ କମିଟି ରେ ରହିଥିବା ଅଧକ୍ଷ ଏବଂ ବିଶେଷ କରି ଉକ୍ତ ଦାୟିତ୍ୱରେ ଥିବା କମିଟି ଉଦଘାଟନ କରିବା ନିମନ୍ତେ ମାନ୍ଯବର ମନ୍ତ୍ରୀ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପ୍ରୁଥିବୀରାଜ ହରିଚନ୍ଦନ ଙ୍କୁ ନିମନ୍ତ୍ରଣ କରିଥିଲେ ଯେ ଏତେ ବଡ଼ ଉତ୍ସବ ରେ ତାଙ୍କ ଅନୁପସ୍ଥିତ ସାଧରଣରେ ଅନେକ ପ୍ରଶ୍ନ ଉଠାଇଛି । ଏହି ପରି ଏତେ ବଡ଼ ଉତ୍ସବ କୁ ଯେକୌଣସି ସରକାର ହେଉନ୍ତା କାହିଁକି ହାତଛଡ଼ା କରିବାକୁ ଚାହିଁବେ ନାହିଁ । କାରଣ ଜିଲ୍ଲା ର ଜନସାଧାରଣଙ୍କ ନିକଟତର ହେବା ସହ ସରକାର ଅନେକ ବିକାଶମୂଳକ ଯୋଜନାଗୁଡ଼ିକର ସବିଶେଷ ତଥ୍ଯ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏହି ଉତ୍ସବ ଓ ମଞ୍ଚ ଏକ ମୁଖ୍ଯ ମାଧ୍ଯମ ହୋଇଥାଏ । ତେବେ ଏହି ପରି ମଞ୍ଚକୁ କେହି ହାତଛଡ଼ା କରିବାକୁ ଚାହିଁବେନି ।
ବର୍ତ୍ତମାନ ଏହା ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଯେ ସତରେ କଣ ମନ୍ତ୍ରୀ ଙ୍କ ନିକଟରେ ସମୟ ନଥିଲା ନା ଗଜପତି ଉତ୍ସବ କମିଟିର ଡାକରା ରେ ମନ୍ତ୍ରୀ ଙ୍କୁ କୌଣସି ପ୍ରଭାବିତ କରିପାରି ନଥିଲା । ଜିଲ୍ଲାରେ ଏହି ଉତ୍ସବ କୁ ସମସ୍ତ ଜନସାଧାରଣ ଚାହିଁ ବସିଥାନ୍ତି ପ୍ରତେକ ବର୍ଷ । ସୁଦୂରରୁ ଅନେକ ପ୍ରତିଭା ନିଜ କଳା ପ୍ରଦର୍ଶନ ନିମନ୍ତେ ଆସିଥିବା ବେଳେ ଜିଲ୍ଲାର କଳାକାର ଙ୍କ ମଧ୍ଯରେ ମଧ୍ଯ ଅନେକ ଉତ୍ସାହ ଦେଖାଦେଇ ଥାଏ । ଏହା ସହ ବିଭିନ୍ନ ଜିଲ୍ଲା ଏବଂ ରାଜ୍ଯରୁ ଅନେକ ସଂୟ ସହାୟକ ଗୋଷ୍ଠୀ ନିଜନିଜର ଉତ୍ପାଦନ ହେଉଥିବା ସାମଗ୍ରୀ କୁ ଏହି ଉତ୍ସବ ରେ ବିକ୍ରୀ କରିବା ସହ ନିଜ ଜିଲ୍ଲାକୁ ମଧ୍ଯ ପରିଚୟ କରାଇଥାନ୍ତି । ଏହା ସହ କୋଟି କୋଟି ଟଙ୍କାର ବ୍ୟାପାର ମଧ୍ଯ ହୋଇଥାଏ । କିନ୍ତୁ ପ୍ରଥମ ଦିନରେ ଏହିପରି କାର୍ଯ୍ୟକ୍ରମ ହୋଇଥିବାରୁ ଲୋକଙ୍କ ମଧ୍ଯରେ ପ୍ରଶାସନର ଦକ୍ଷ୍ୟତା ପ୍ରତି ଅନେକ ସନ୍ଦେହ ସ୍ରୁଷ୍ଟି ହେଉଥିବା ସହ ଆଗାମୀ ଦିନରେ ନିମନ୍ତ୍ରଣ ରେ ଉଲେଖ୍ଯ ରହିଥିବା ଅତିଥିମାନେ ଉତ୍ସବ କୁ ଆସିବେ କି ନାହିଁ ତା ସମୟ ହିଁ କହିବ ।
