ଗଜପତିରେ 4 ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରଵରେ ଭାଙ୍ଗିଲା ଦୁଇ ଗୋଟି ଘର ।
ଗଜପତି, 6/12(ମନୋଜ ପାଢୀ): ଗଜପତି ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ବଣୁଆ ହାତୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଜନବସତି ନିକଟକୁ ଆସି 2 ଗୋଟି ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି।ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ଗୁମ୍ମା ଓ କାଶୀନଗର ବୃକ୍ ସୀମାରେ ୪ ଟିକିଆ ହାତୀପଲ ଗତ ବହୁ ଦିନ ଧରି ଘଞ୍ଚ ଜଙ୍ଗଲ ମଧ୍ୟରୁ ଜନଵସତି ନିକଟତର ହୋଇ ବିଚରଣ କରୁଛନ୍ତି । ଗତକାଲି ହାତୀମାନେ ଗୁମ୍ମା ବୃକ ପରିଡ଼ା ପଞ୍ଚାୟତ ଜାନିଗୁଡ଼ା ଗ୍ରାମରେ ଦୁଇ ଦୁଇଟି ଘର ଭାଙ୍ଗିଛନ୍ତି । ସେହି ଗ୍ରାମର ଖ୍ରୀଷ୍ଟିୟ ରଇତ, ଆରୋଣ ରଇତଙ୍କ ଘର ଭାଙ୍ଗିବା ସହ ଧାନ ଓ ଚାଉଳ ଖାଇ ଦେଇଥିବା ଅଞ୍ଚଳବାସୀ ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଏଥିସହ ଏହି ହାତୀପଲ କିଛି ଲୋକଙ୍କ ବାଡ଼ିବଗିଚାର ଫସଲକୁ ଖାଇ ନଷ୍ଟ କରିଛନ୍ତି। ଘଟଣା ନେଇ ବନାଞ୍ଚଳ ଅଧିକାରୀ ବ୍ର୍ମହାନନ୍ଦ ସାହୁ କହିଛନ୍ତି ଏହି ହାତୀମାନଙ୍କ ଦ୍ୱାରା 2 ଜଣଙ୍କ ଘର ଆଂଶିକ ଭାବେ ଭାଙ୍ଗି ଯାଇଛି । ଏହାର କ୍ଷୟକ୍ଷତିର ଆକଳନ ରାଜସ୍ୱ ନିରୀକ୍ଷକ କରିବା ପରେ ଉଚିତ ସାହାର୍ଯ୍ୟ ପ୍ରଦାନ କରାଯିବ । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ବନବିଭାଗର ସ୍ୱତନ୍ତ୍ର ଟିମ ସଜାଗ ରହି ଏହି ହାତୀପଲଙ୍କ ଗତିବିଧିକୁ ନେଇ ଦୃଷ୍ଟି ରଖିବା ସହ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି।
